Home ଓଡ଼ିଶା ରଥରୁ ପଡି ବରିଷ୍ଠ ସେବାୟତ ଗୁରୁତର ଆହତ

ରଥରୁ ପଡି ବରିଷ୍ଠ ସେବାୟତ ଗୁରୁତର ଆହତ

109

ପୁରୀ, ୨୪/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଗତକାଲି ରାତି ୧୦ ଟାରେ ବଳଭଦ୍ର ଙ୍କ ବରିଷ୍ଠ ସେବାୟତ ବାଉରି ବନ୍ଧୁ ଦାସ ମହାପାତ୍ର ଙ୍କ ମସ୍ତିକ ରେ ଆଘାତ ଲାଗିଥିବା ଯୋଗୁଁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲ ହସପିଟାଲ କୁ ପଠାଇଦିଆଯାଇଥିଲା। ସେ ନିରୋ ସର୍ଯରୀ ବିଭାଗ ର ବରିଷ୍ଠ ଡାକ୍ତର ଦେବବ୍ରତ ବିଶ୍ୱାଳ ଙ୍କ ତତ୍ୱାବଧାନ ରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ବର୍ତମାନ ସ୍ଥିର ରହିଛି। ତାଙ୍କର ଚିକିତ୍ସା ନିମନ୍ତେ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସ ବରମା ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି। ଶ୍ରୀ ଦାସ ବର୍ମା ଆପୋଲୋ ହସପିଟାଲ କୁ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଶ୍ରୀ ମନ୍ଦିର ପ୍ରଶାସନ ମଧ୍ୟ ତାଙ୍କ ଚିକିତ୍ସା ପାଇଁ ହସପିଟାଲ କର୍ତୁପକ୍ଷ ଙ୍କ ସହ ନିରନ୍ତର ସଂପର୍କ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.