Home କନ୍ଧମାଳ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଷ୍ଟପ ବୋର୍ଡ଼ ଲାଗିଲା

ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଷ୍ଟପ ବୋର୍ଡ଼ ଲାଗିଲା

100

ବାଲିଗୁଡା, ୨୪/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ-ନୂଆଗାଁ ବ୍ଲକ ଅନ୍ତର୍ଗତ କଞ୍ଜlମେଣ୍ଡି ଠାରୁ ବାଲିଗୁଡ଼ା କୁ ଯୋଗାଯୋଗ କରୁଥିବା ରାଜ୍ୟରାଜପଥ ର ମୁଖ୍ୟ ରାସ୍ତାରେ ନିଜସ୍ୱ ପ୍ରଚେଷ୍ଠାରେ ଷ୍ଟପ୍ ବୋର୍ଡ଼ ନିର୍ମାଣ କରିଛନ୍ତି ସୀତାପତି କଲୋନୀର ଗ୍ରାମବାସୀ, ଏହି ରାସ୍ତା ଉପରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି। ଷ୍ଟପ୍ ବୋର୍ଡ଼ ଟିକୁ କ- ନୁଆଗାଁ ଥାନା ଏସ୍ଆଇ ପ୍ରକାଶ କୁମାର ପ୍ରଧାନ ରିବନଫିତା କାଟି ଉଦଘାଟନ କରିଥିଲେ।ଏଥିରେ ଅନ୍ୟ ମାନଙ୍କ- ମଧ୍ୟରେ ସରପଞ୍ଚ ସାନିରl ପ୍ରଧାନ ଓ ଅନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଲୋନୀର କାର୍ତ୍ତିକ ପ୍ରଧାନ, ହେମନ୍ତ କୁମାର ପ୍ରଧାନଙ୍କ ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇ ଥିବା ବେଳେ ପlଷ୍ଟର ଆର୍ତ୍ତବନ୍ଧୁ ନାୟକ, ଶିକ୍ଷକ ଚନ୍ଦ୍ର କାନ୍ତ ସେନାପତି ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.