Home ଓଡ଼ିଶା ରଣପୁର ହାଟସାହି ରୁ ବଜ୍ରକାପ୍ତା ଉଦ୍ଧାର

ରଣପୁର ହାଟସାହି ରୁ ବଜ୍ରକାପ୍ତା ଉଦ୍ଧାର

80

ରଣପୁର(ଓଡିଆ ପୁଅ/ଦେବୀପ୍ରାସଦ ଆଚାର୍ଯ୍ୟ)/୦୬/୧୦- ନୟାଗଡ ଜିଲ୍ଲା ରଣପୁର ବନାଂଚଳ ରେ ଗଛ ବୃକ୍ଷ ବଢିବା ସହିତ ଅନେକ ବିରଳ ଜଙ୍ଗଲ ଜନ୍ତୁ ଙ୍କ ସଂଖ୍ୟା ବଢିବା ରେ ଲାଗିଛି । ଗତ ୫ ତାରିଖ ପାହାନ୍ତା ପ୍ରହର ରେ ଏକ ବିରଳ ବଜ୍ରକାପ୍ତା ରଣପୁର ହାଟସାହି ରାସ୍ତା କୁ ଚାଲିଆସିଥିଲା । କିଛି ଯୁବକ ବଜ୍ରକାପ୍ତା ଟିକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଠିକ୍ ସମୟରେ ବନ ବିଭାଗ ପ୍ରେଟ୍ରୋଲିଂ ଗାଡି ସେହି ଯାଗା ରେ ପହଂଚି ଯାଇଥିଲା ।

ରଣପୁର ବନାଂଚଳ ଅଧିକାରୀ ଶରତ ଚନ୍ଦ୍ର ମିଶ୍ର କର୍ମଚାରୀ ଙ୍କ ସହ ସେଠାରୁ ବଜ୍ରକାପ୍ତା ଟିକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ । ବଜ୍ରକାପ୍ତା ଟିକୁ ପ୍ରାଥମିକ ଚିକିତ୍ସା କରି ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଙ୍କୁ ଜଣାଇଥିବା ଜଣାପଡିଛି । ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଙ୍କ ନିର୍ଦେଶ ପରେ ବଜ୍ରକାପ୍ତା ଟିକୁ ଜଙ୍ଗଲ ରେ ଛଡାଯିବ ନା ଆଉ କେଉଁଠିକୁ ଛଡାଯିବ ନିଷ୍ପତି ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.