ନୟାଗଡ଼ ୧୨/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦକୁ ସରସ ସୁନ୍ଦର କରି ଗଢିତୋଳିବା ପ୍ରୟାସ କୁ ଅସହିଷ୍ମୁତା ଧୂଳିସାତ କରିଛି। ୩ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ରଣପୁର ଜଗନ୍ନାଥ ମନ୍ଦିର ସିଂହ ଦ୍ୱାର ନିକଟରେ ଏକ ସେଲଫି ପଏଣ୍ଟ ନିର୍ମାଣ କରାଯାଇଥିଲା। ରଣପୁର ଜଗନ୍ନାଥ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକ ମାନେ ସେଲଫି ପଏଣ୍ଟ ନିକଟରେ ଫଟୋ ଉଠାଇ ମଜା ନେଇଥିଲେ। କିନ୍ତୁ ଗତ ମେ ୧୧ ତାରିଖ ରାତ୍ରିରେ କୈାଣସି ଦୁର୍ବୁତ୍ତ କୁତ୍ସିତ ଭାବନା ନେଇ ପୁଣିଥରେ ସେଲଫି ପଏଣ୍ଟକୁ ଭାଙ୍ଗିବା ନେଇ ରଣପୁର ଥାନାରେ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି। ଯାହାଫଳରେ ରଣପୁରକୁ ନେଇ ସ୍ୱପ୍ନ ଦେଖୁଥିବା ବୁଦ୍ଧିଜୀବୀମାନଙ୍କ ମନର ଆବେଗକୁ କୁଠାର ଘାତ କରିଛି। ପ୍ରକାଶ ଥାଉକି ଗତ ଏପ୍ରିଲ ୨୦ ତାରିଖ ରାତ୍ରରେ କୌଣସି ଦୁର୍ବୁତ୍ତ ଏହି ସେଲଫି ପଏଣ୍ଟକୁ ଭାଙ୍ଗି ଦେଇଥିଲା। ଯାହାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।
ସରକାରୀ ଅର୍ଥ ବ୍ୟୟ କରି ସେଲଫି ପଏଣ୍ଟକୁ ନିର୍ମାଣ କରାଯାଇଥିବା ବେଳେ ପୋଲିସ ଭଙ୍ଗା ଘଟଣାରେ କାହାକୁ ଗିରଫ କରିପାରିନଥିଲା। ପୁଣିଥରେ ସେଲଫି ପଏଣ୍ଟ ଭାଙ୍ଗିବା ଘଟଣା ନେଇ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଦାୟିତ୍ୱରେ ଥିବା ରଣପୁର ଅତିରିକ୍ତ ତହସିଲଦାର ଅବିନାଶ ମାହାରଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଥାନାରେ ଅଭିଯୋଗ ଦେବା ପାଇଁ ଅଭିଯୋଗ ପତ୍ରରେ ସ୍ୱାକ୍ଷର କରି ମୁଁ ଜରୁରୀ କାମରେ ଭୁବନେଶ୍ୱର ଆସିଅଛି। ଅଭିଯୋଗ ସର୍ମ୍ପକେ ରଣପୁର ଥାନା ଉପନିରୀକ୍ଷକ ବିନୟ କୁମାର ପରିଡ଼ାଙ୍କୁ ଯୋଗାଯୋଗ କରିବାରେ ଥାନାରେ ଅଭିଯୋଗ ପହଁଚି ନାହିଁ ବୋଲି କହିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଏଭଳି ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ଲୋକ ଲୋଚନ କୁ ଆଣିଲେ ରଣପୁର ଅସାମାଜିକ ମୁକ୍ତ ହୋଇପାରିବ।