Home ଜିଲ୍ଲା ପରିକ୍ରମା କେବେ କାର୍ଯ୍ୟକାରୀ ହେବ ରାଜସୁନାଖଳା ବିଜୁ କଲ୍ୟାଣ ମଣ୍ଡପ

କେବେ କାର୍ଯ୍ୟକାରୀ ହେବ ରାଜସୁନାଖଳା ବିଜୁ କଲ୍ୟାଣ ମଣ୍ଡପ

68

ନୟାଗଡ଼ ୧୨/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକର ରାଜସୁନାଖଳା ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବରେ ପରିଚିତ। ସୁନାଗହଣା, କଞ୍ଚା ପରିବା ଓ ଶୁଖୁଆ ବ୍ୟବସାୟକୁ ଆଧାର କରି ବହୁଲୋକ ଜିବୀକା ନିର୍ବାହ କରିଥାନ୍ତି। ଏହି ରାଜସୁନାଖଳା ପଞ୍ଚାୟତଟି ବିଜ୍ଞାପିତ ଅଂଚଳ ଘୋଷଣା ପାଇଁ ଭିତ୍ତିଭୂମି ଥିଲେ ସୁଦ୍ଧା ଏଯାଏଁ ଅବହେଳିତ ହୋଇ ପଡ଼ିରହିଛି। ୨୦୧୫-୧୬ ମସିହାରେ ପଞ୍ଚାୟତର ନିଜସ୍ୱ ଆୟ ବୃଦ୍ଧି ନିମନ୍ତେ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ଟଙ୍କା ଏକ କଲ୍ୟାଣ ମଣ୍ଡପ ପାଇଁ ଆସିଥିଲା। ଯାହାକି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ରହି କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଦୀର୍ଘ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ସରୁନି ନିର୍ମାଣ କାର୍ଯ୍ୟ କି କାର୍ଯ୍ୟକ୍ଷମ ହେଉନି ରାଜସୁନାଖଳା ବିଜୁ କଲ୍ୟାଣ ମଣ୍ଡପ।

ଏ ସର୍ମ୍ପକେ ରଣପୁର ବ୍ଲକ ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ କଲ୍ୟାଣ ମଣ୍ଡପ ପାଇଁ ବ୍ୟୟ ଅଟକଳ ୩୫ ଲକ୍ଷ ଥିବା ବେଳେ ଅନୁଦାନ ଆସିଥିଲା ମାତ୍ର ୨୫ ଲକ୍ଷ। ସେ ମଧ୍ୟରୁ ୨୦ ଲକ୍ଷ ଖର୍ଚ୍ଚ ହୋଇ ସାରିଛି। ଆହୁରି ଅର୍ଥର ଆବଶ୍ୟକତା ଥିବାରୁ କାର୍ଯ୍ୟ ଶେଷ ହୋଇପାରୁନାହିଁ। କାର୍ଯ୍ୟ ସରିବା ନେଇ ଅର୍ଥର ଆବଶ୍ୟକତା ଥିବାରୁ ରାଜସୁନାଖଳା ଜିଲ୍ଲା ପରିଷଦ ସଭ୍ୟ ଯେ କି ନୟାଗଡ ଜିଲ୍ଲା ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ପଞ୍ଚାୟତର ନିଜସ୍ୱ ଆୟ ବୃଦ୍ଧି ଫଣ୍ଡରୁ ପୁଣି ୧୦ ଲକ୍ଷ ଟଙ୍କା ଅନୁଦାନ ଦିଆସରିଛି। ଖୁବଶୀଘ୍ର କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷକରି କାର୍ଯ୍ୟକ୍ଷମ କରାଇବା ପାଇଁ ନିର୍ଦ୍ଦେଶ ଦିଆହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.