Home ଓଡ଼ିଶା ରଣପୁର ସାନଫାସି ପୁଷ୍କରିଣୀ ଜଳ ପାଲଟିଲା ଜହର

ରଣପୁର ସାନଫାସି ପୁଷ୍କରିଣୀ ଜଳ ପାଲଟିଲା ଜହର

63

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୬- ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କୁ ୬ ବର୍ଷ ପୁରଣ ହୋଇ ୭ ବର୍ଷ ବିତିବାକୁ ବସିଲାଣି ।କିନ୍ତୁ ବିଜ୍ଞାପିତ ଅଂଚଳ ପରିଷଦର କେବଳ ଦାଣ୍ଡ ସଫେଇ କାର୍ଯ୍ୟକୁ ଛାଡିଦେଲେ ଆଉ ସବୁ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିରହିଛି । ଯାହାଦ୍ୱାରା କି ବିଜ୍ଞାପିତ ଅଂଚଳ ପରିଷଦର ସୁବିଧା ସୁଯୋଗ ରଣପୁରବାସୀ ପାଇପାରୁନଥିବା ଅଭିଯୋଗ ହେଉଛି । ବିଜ୍ଞାପିତ ଅଂଚଳ ପରିଷଦର ହାଟସାହି ୨ନଂ ୱାର୍ଡ ରେ ଅବସ୍ତିତ ସାନଫାସି ପୁଷ୍କରିଣୀ ଜଳ ଜହର ପାଲଟିଲାଣି । କିନ୍ତୁ ପୁଷ୍କରିଣୀର ପରିସୀମା ଚିହ୍ନଟ ହୋଇପାରୁନାହିଁ । ଯାହାଫଳରେ ପୁଷ୍କରିଣୀ ପୁର୍ନଉଦ୍ଧାର ହୋଇପାରୁନାହିଁ । ହାଟସାହିର ଲିଙ୍ଗରାଜ ନାୟକ ଅଭିଯୋଗ କରନ୍ତି ଯେ ୨ ବର୍ଷ ତଳେ ସାନଫାସି ପୁଷ୍କରିଣୀ ପୁର୍ନଉଦ୍ଧାର ପାଇଁ ବିଜ୍ଞାପିତ ଅଂଚଳ ପରିଷଦରୁ ୬ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇ କାର୍ଯ୍ୟ ଆସିଥିଲା । ସେହି ଅନୁସାରେ କାର୍ଯ୍ୟ ଆରମ୍ଭ ପାଇଁ ପୁଷ୍କରିଣୀରୁ ପାଣି କଟାଯାଇଥିଲା । ପୁଷ୍କରିଣୀ ହୁଡାରେ ପୁଷ୍କରିଣୀରୁ ଉଦ୍ଧାର ମାଟି ପକାଇବା ଆବଶ୍ୟକତା ଥିବାରୁ ରଣପୁର ତହସିଲଦାର ଙ୍କୁ ୨ ବର୍ଷ ହେଲା ସାନଫାସି ପୁଷ୍କରିଣୀ ପରିସୀମା ଚିହ୍ନଟ କରି ଜବର ଦଖଲ ଉଚ୍ଛେଦ ପାଇଁ ଲିଖିତ ଭାବେ ଜଣାଯାଇଅଛି । କିନ୍ତୁ ପୁଷ୍କରିଣୀ ପରିସୀମା ଚିହ୍ନଟ ହୋଇନପାରିବାରୁ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ । ଏ ସର୍ମ୍ପକେ ହାଟସାହି ବାସିନ୍ଦା ରଣପୁର ତହସିଲଦାର ଙ୍କ ନିକଟକୁ ଦଉଡି ଦଉଡି ନିରାଶ ହୋଇ ରହିଛନ୍ତି । ପୁଷ୍କରିଣୀ ରେ ଥିବା ବଳକା ଜଳ ୨ ବର୍ଷ ହେଲା ଜହର ପାଲଟିଯାଇଛି । ତେଣୁ ହାଟସାହି ବାସିନ୍ଦା ଓ ସାଧାରଣ ପଥଚାରୀ ମାନେ ପୁଷ୍କରିଣୀ କୁ ବ୍ୟବହାର କରିପାରୁନାହାଁନ୍ତି ।

ବିଶେଷତଃ ଶବ ସଂସ୍କାର ପରେ ସ୍ଥାନୀୟ ଲୋକମାନେ ଏହି ପୁଷ୍କରିଣୀରେ ସ୍ନାନ କରି ଶୁଦ୍ଧିକ୍ରିୟା କରିଥାନ୍ତି । ଯାହାକି ୨ ବର୍ଷହେଲା ଅସମ୍ଭବ ହୋଇପଡିଛି । ଏ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ସାନଫାସି ପୁଷ୍କରିଣୀ ପରିସୀମା ଚିହ୍ନଟ ପାଇଁ ଆମ୍ଭେ ତହସିଲ ଅଫିସ କୁ ଚିଠି କରିଛୁ । କିନ୍ତୁ ପରିସୀମା ଚିହ୍ନଟ ରେ ବିଳମ୍ବ ଯୋଗୁଁ ପୁର୍ନଉଦ୍ଧାର କାର୍ଯ୍ୟ ଆଗେଇ ପାରୁନାହିଁ । ଏ ସର୍ମ୍ପକେ ରଣପୁର ରାଜସ୍ୱ ନିରିକ୍ଷକ ମନୋଜ ପ୍ରଧାନଙ୍କୁ ପଚାରିବାରେ କୁହନ୍ତି ଯେ ସାନଫାସି ପୁଷ୍କରିଣୀ ପରିସୀମା ଚିହ୍ନଟ ପାଇଁ ୨୦ ଦିନ ତଳେ ତହସିଲଦାର ଆମ୍ଭଙ୍କୁ ଅବଗତ କରାଇଥିଲେ । କିନ୍ତୁ ଆମ ଦେହ ଅସୁସ୍ଥତା ଓ ବର୍ଷାପାଗ ଯୋଗୁଁ ସମ୍ଭବ ହୋଇପାରିନାହିଁ । ଏ ସର୍ମ୍ପକେ ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି କୋଭିଡ୍ କଟକଣା ଯୋଗୁଁ ସାନଫାସି ପୁଷ୍କରିଣୀ ପରିସୀମା ଚିହ୍ନଟ ହୋଇପାରିନାହିଁ । କାରଣ ପରିସୀମା ଚିହ୍ନଟ ହେବାକୁ ହେଲେ ପୁଷ୍କରିଣୀ ଚତୁଃପାର୍ଶରେ ଥିବା ଲୋକମାନଙ୍କୁ ନୋଟିସ କରିବାକୁ ପଡିବ । ସେମାନଙ୍କ ଉପସ୍ଥିତି ରେ ମାପଚୁପ କରାଯିବ । ଯାହାଫଳରେ ଜନସମାଗମ ହେବ । କୋଭିଡ୍ କଟକଣା ଯୋଗୁଁ ମାପଚୁପ ହୋଇପାରୁନାହିଁ । କଟକଣା ଉଠିଲେ ପରିସୀମା ଚିହ୍ନଟ ହେବ । ଜନସାଧାରଣ ରେ ପ୍ରଶ୍ନ ୨ ବର୍ଷ ହଲୋ ପରିସୀମା ଚିହ୍ନଟ ପାଇଁ ଜଣାଯାଇଥିଲେ ମଧ୍ୟ କଣ ୨ ବର୍ଷ ହେଲା କଟକଣା ଲାଗିଛି ? ରାଜସ୍ୱ ବିଭାଗର ଅବହେଳା କୁ ଜନସାଧାରଣ ଦାୟୀ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.