Home ଓଡ଼ିଶା ରଣପୁର ଲକ୍‌ଡାଉନ୍ ଚତୁର୍ଥ ଦିବସ…………… ୩୭ଗୋଟି ଗ୍ରା.ପ. ରେ ଆଇସୋଲେସନ୍ କେନ୍ଦ୍ରରୁ ୫ଟି ଟପ୍ ପ୍ରାୟରିଟି

ରଣପୁର ଲକ୍‌ଡାଉନ୍ ଚତୁର୍ଥ ଦିବସ…………… ୩୭ଗୋଟି ଗ୍ରା.ପ. ରେ ଆଇସୋଲେସନ୍ କେନ୍ଦ୍ରରୁ ୫ଟି ଟପ୍ ପ୍ରାୟରିଟି

169

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୩-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରେ ଲକ୍‌ଡାଉନର ଚତୁର୍ଥ ଦିବସରେ ୩୭ ଗୋଟି ଗ୍ରାମପଂଚାୟତରେ ୩୭ଗୋଟି ଅ।।ଇସୋଲେସନ୍ କେନ୍ଦ୍ର ଖୋଲା ହୋଇଅଛି । ସେ ମଧ୍ୟରୁ ୫ଗୋଟି କେନ୍ଦ୍ରକୁ ଟପ୍ ପ୍ରାୟରିଟି ଦିଆଯାଇଅଛି । ସେହି କେନ୍ଦ୍ରଗୁଡିକ ହେଲା ବ୍ରଜରାଜପୁର, ଲୋଧାଚୁଆ, ରାଇପଡା, ଚମ୍ପାପେଡି ଓ ଡମସାହି । ବ୍ରଜରାଜପୁର ଆଇସୋଲେସନ୍ କେନ୍ଦ୍ରରେ ୫ଜଣ ରହୁଥିବା ବେଳେ ୨୦ରୁ ଅଧିକ ବ୍ୟକ୍ତି ହୋମ୍ ଆଇସୋଲେସନ୍ ରେ ଅଛନ୍ତି । ସେହିଭଳି ଭାବରେ ଅନ୍ୟ କେନ୍ଦ୍ର ଗୁଡିକରେ ବିଦ୍ୟୁତ୍ କଟିବା ସମୟରେ ଇନଭର୍ଟର ର ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟ ଗୃହ ଗୁଡିକରେ ଆଇସୋଲେସନ୍ କେନ୍ଦ୍ର କରାଯାଇଥିବାରୁ ଲାଟ୍ରିନ୍ ଓ ଗାଧୁଆ ଘରର ବ୍ୟବସ୍ଥା ରହିଅଛି । ଆଇସୋଲେସନ୍ ରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ରାତ୍ରିରେ ଶୋଇବା ପାଇଁ ଖଟର ମଧ୍ୟ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ରନ୍ଧା ଖାଦ୍ୟ ବନ୍ଦୋବସ୍ତ କରାଯାଇଛି । ସେ ସବୁ ମଧ୍ୟରେ ବ୍ରଜରାଜପୁର ଆଇସୋଲେସନ୍ କେନ୍ଦ୍ର ସବୁଠାରୁ ଆଗୁଆ ଥିବା ଜଣା ପଡିଛି । ସବୁ ଆଇସୋଲେସନ୍ କେନ୍ଦ୍ରରେ ରନ୍ଧା ଖାଦ୍ୟର ବ୍ୟବସ୍ଥା ହୋଇଥିବା ବେଳେ ହୋମ୍ ଆଇସୋଲେସନ୍ ରେ ରହୁଥିବା ବ୍ୟକ୍ତିମାନେ କେନ୍ଦ୍ରକୁ ଆସି ରନ୍ଧା ଖାଦ୍ୟ ଖାଇବା ପରେ ନିଜ ନିଜ ଘରକୁ ଚାଲିଯାଉଛନ୍ତି । ଏ ସମ୍ପର୍କେ ରଣପୁର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ସହ ଫୋନ୍ ଯୋଗେ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପାଖରେ ସଠିକ୍ ତଥ୍ୟ ନଥିବାରୁ ସେ ହଡବଡେଇ ଯାଇଥିଲେ ।

ଏ ସମ୍ପର୍କେ ରଣପୁର ବିଡିଓ ପଂଚାନନ ପଟ୍ଟାୟତଙ୍କ ସହ ଯୋଗା ଯୋଗ କରିବା ପରେ ସେ କହିଥିଲେ ଯେ ଆଇସୋଲେସନ୍ କେନ୍ଦ୍ର ଗୁଡିକ ଠିକ୍ ଭାବରେ ପରିଚାଳନା କରିବା ପାଇଁ ପ୍ରତି ପଂଚାୟତକୁ ଗସ୍ତ ଜାରି ରଖିଛନ୍ତି । ବିଶେଷ ଭାବରେ ଟପ୍ ପ୍ରାଧାନ୍ୟ ଦିଆଯାଇଥିବା କେନ୍ଦ୍ରକୁ ଅଧିକ ସମୟ ନିରିକ୍ଷଣ କରାଯାଉଛି । କିନ୍ତୁ ବ୍ରଜରାଜପୁର ଗ୍ରାମ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହ୍ୱାଟ୍‌ସପ୍ ଯୋଗେ ଅସୁସ୍ଥ ମେସେଜ୍ ଦେଇ ପଂଚାୟତକୁ ଆସୁନଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ମହୋଦୟ କହିଛନ୍ତି । ତେଣୁ ବ୍ରଜରାଜପୁର ଆଇସୋଲେସନ୍ କେନ୍ଦ୍ରକୁ  ସରପଂଚ ଶୁକାନ୍ତ ସାମନ୍ତରାୟ ନିଜେ ପ୍ରତ୍ୟକ୍ଷ ଉପସ୍ଥିତିରେ ରହି ତଦାରଖ କରୁଛନ୍ତି । ରଣପୁର ଥାନାରେ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଗୋଟିଏ ମାମଲା ଋଜୁହେବା ସହ ୪ଜଣଙ୍କୁ ଅଟକ ପରେ ଜାମିନ୍ ରେ ଛଡାଯାଇଅଛି । ସେମାନଙ୍କଠାରୁ ଜୋରିମାନା ବାବଦରେ ୨ହଜାର ଟଙ୍କା ଆଦାୟ ହୋଇଥିବା ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶଙ୍କଠାରୁ ସୁଚନା । ରଣପୁର ରେ ପେଟ୍ରୋଲିଙ୍ଗ, ଚେକ୍ ପୋଷ୍ଟରେ ନାକାବନ୍ଦୀ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.