Home ଓଡ଼ିଶା  ରଣପୁର ରେ ଭକ୍ତ ର ଭଗବାନ ନବଯୈାବନ ଦର୍ଶନ ପାଇଁ ପ୍ରସ୍ତୁତ ହେଲେ ଭକ୍ତ ନାହିଁନ୍ତି

 ରଣପୁର ରେ ଭକ୍ତ ର ଭଗବାନ ନବଯୈାବନ ଦର୍ଶନ ପାଇଁ ପ୍ରସ୍ତୁତ ହେଲେ ଭକ୍ତ ନାହିଁନ୍ତି

25

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୦୭-୧୫୫୭ ସାଲ୍ ରୁ ନୟାଗଡ ଜିଲ୍ଲା ରଣପୁର ରେ ୧୨ ମାସ ରେ ୧୩ ଯାତ୍ରା ଅନୁଷ୍ଠିତ ହୋଇଆସୁଅଛି । ୧୩ ଯାତ୍ରା ର ପ୍ରଥମ ଯାତ୍ରା ମଞ୍ଚେସ୍ନାନ ଯାହାକି କୋଭିଡ୍ କଟକଣା ମଧ୍ୟରେ ସ୍ନାନ ପୁର୍ଣ୍ଣମୀ ଅବସର ରେ ଅନୁଷ୍ଠିତ ହୋଇଯାଇଅଛି । ତା ପରର  ଯାତ୍ରା ହେଉଛି ରଥବର ଗତି ଅର୍ଥାତ ରଥଯାତ୍ରା  । କିନ୍ତୁ ଚଳିତ କରୋନା ମହାମାରୀ କୁ ଲକ୍ଷ ରଖି କେବଳ ଶ୍ରୀକ୍ଷେତ୍ର ରେ ରଥଯାତ୍ରା ହେବା ପାଇଁ ସୁର୍ପିମ କୋର୍ଟ ନିର୍ଦେଶ ଦେବା ପରେ ରଣପୁର ରେ ରଥଯାତ୍ରା  ର ଆଶା ମଉଳି ଯାଇଛି । କିନ୍ତୁ ପ୍ରଭୁ ଙ୍କ ନିତୀକାନ୍ତି ମଧ୍ୟରେ ନେତ୍ରୋତ୍ସବ ପରେ ପ୍ରଭୁ ଙ୍କର ନବଯୈାବନ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥାଏ ।

ବିଶ୍ୱାସ ଅନୁଯାଇ ପ୍ରଭୁଙ୍କର ନବଯୈାବନ ଦର୍ଶନ କଲେ କୋଟି ଜନ୍ମ ର ପୁଣ୍ୟଫଳ ମିଳିଥାଏ । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ପ୍ରଭୁ ନବଯୈାବନ ଦର୍ଶନ ଦେବା ପାଇଁ ପ୍ରସ୍ତୁତ କିନ୍ତୁ ମନ୍ଦିର ବେଢା ଶୁନସାନ୍ ଭକ୍ତ ବିହିନ ମନ୍ଦିର ପରିସର । କୋଭିଡ୍ କଟକଣା ଭକ୍ତ ଆଉ ଭଗବାନ ଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି । ପ୍ରଭୁ ନବଯୈାବନ ବେଶ ରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଆର୍ଶିବାଦ ଦେବା ଅପେକ୍ଷାରେ ଭକ୍ତ ବି ପ୍ରଭୁଙ୍କର ନବଯୈାବନ ଦର୍ଶନ କରିବାକୁ ବ୍ୟାକୁଳ କିନ୍ତୁ ବାଧକ ସାଜିଛି କୋଭିଡ୍ କଟକଣା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.