Home ଓଡ଼ିଶା ରଣପୁର ରେ ଗଡିଲାନି ରଥ ରଥାରୁଢ ହେଲେନି ପ୍ରଭୁ ଜଗନ୍ନାଥ

ରଣପୁର ରେ ଗଡିଲାନି ରଥ ରଥାରୁଢ ହେଲେନି ପ୍ରଭୁ ଜଗନ୍ନାଥ

56

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୭- ୧୫୫୭ ସାଲ୍ ରୁ ରଣପୁର ର ରାଜା ପଦ୍ମନାଭ ନରେନ୍ଦ୍ର ଙ୍କ ସମୟରୁ ରଣପୁର ରେ ଜଗନ୍ନାଥ ଙ୍କର ଘୋଷଯାତ୍ରା ଅନୁଷ୍ଠିତ ହୋଇ ଆସୁଥିଲା । ଯାହାକି ଦ୍ୱାଦଶ ଯାତ୍ରା ମଧ୍ୟରୁ ଦ୍ୱିତୀୟ ଯାତ୍ରା । କିନ୍ତୁ ଗତ ୨ ବର୍ଷ ଧରି କରୋନା କଟକଣା ଯୋଗୁଁ ସରକାର ଙ୍କ ନିଷ୍ପତି ଅନୁଯାଇ ରଣପୁର ରେ ଘୋଷଯାତ୍ରା ବନ୍ଦ ହୋଇଯାଇଛି । ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଙ୍କ ମନରେ ଘୋର ଆଘାତ ଲାଗିଛି । ଚଳିତ ବର୍ଷ ରଣପୁର ଜଗନ୍ନାଥ ମନ୍ଦିର ରେ ମଂଚେ ସ୍ନାନ ଅର୍ଥାତ ଶ୍ରୀଜିୟୁ ମାନଙ୍କର ସ୍ନାନନୀତି କୋଭିଡ କଟକଣା ଭିତରେ ସ୍ନାନ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଥିଲା ।

ନେତ୍ର ଉତ୍ସବ ଠାରୁ ଆରମ୍ଭ କରି ନବଯୈାବନ ଦର୍ଶନ ପର୍ଯ୍ୟନ୍ତ ସମସ୍ତ ନୀତି ବିନା ଭକ୍ତ ରେ ଅନୁଷ୍ଠିତ ହୋଇଯାଇଅଛି । ମାନ୍ୟବର ଉଚ୍ଚ ଅଦାଲତ ଙ୍କ ରାୟ ପରେ ଶ୍ରୀକ୍ଷେତ୍ର ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନ ରେ ଘୋଷଯାତ୍ରା ବନ୍ଦ ହୋଇଯାଇଅଛି । ତେଣୁ ରଣପୁର ରେ ଚଳିତ ବର୍ଷ ରଥ ନିର୍ମାଣ ହୋଇନଥିଲା । ସରକାର ଙ୍କ ନିଷ୍ପତି କୁ ମନ୍ଦିର ପ୍ରଶାସନ ମାନିନେଇ ମନ୍ଦିର ପରିସର ରେ ଶ୍ରୀଗୁଣ୍ଡିଚା ନୀତି ଅନୁଷ୍ଠିତ ହୋଇଅଛି । ଏଥିପାଇଁ ୧୦୮ ବିଷ୍ଣୁ ସହତ୍ସ ନାମ ମନ୍ଦିର ପରିସର ରେ ପାଠକରାଯାଇଅଛି ବୋଲି ମନ୍ଦିର ପରିଚାଳକ ରମେଶ ଚନ୍ଦ୍ର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.