Home ଓଡ଼ିଶା ରଣପୁର ରେ ଅବକାରୀ ବିଭାଗ ର ଚଢାଉ ରେ ୩୦୦ ଲିଟର ମଦ ଜବତ ଜଣେ...

ରଣପୁର ରେ ଅବକାରୀ ବିଭାଗ ର ଚଢାଉ ରେ ୩୦୦ ଲିଟର ମଦ ଜବତ ଜଣେ ଗିରଫ

40

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୧୦- ପାର୍ବଣ ଋତୁ ପାଖେଇ ଆସୁଥିବାରୁ ଅବକାରୀ ବିଭାଗ ଚଢାଉ କୁ ଯୋରଦାର କରିଛି । ରାଜ୍ୟ ଅବକାରୀ ବିଭାଗ ଉଡନ୍ତା ସ୍କ୍ୱାର୍ଡ ନୟାଗଡ ଜିଲ୍ଲା ରଣପୁର ଅଂଚଳ ର ନରସିଂହପୁର ଗ୍ରାମରେ ଅକ୍ଟୋବର ୯ ତାରିଖ ସକାଳୁ ଚଢାଉ କରି ୩୦୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତ ସନ୍ତୋଷ ସାହୁ କୁ ଗିରଫ କରିଥିବା ଜଣାପଡିଛି । ଏଥିସହ ଦେଶୀ ମଦ ଜରି ପ୍ୟାକ୍ କରିବା ମେସିନ୍ ମଧ୍ୟ ଜବତ କରିଛି । ଏଥିରେ ରାଜ୍ୟ ଅବକାରୀ ଉଡନ୍ତା ସ୍କ୍ୱାର୍ଡ ନିରୀକ୍ଷକ ଉମାକାନ୍ତ ସ୍ୱାଇଁ , ଉପ ନିରୀକ୍ଷକ ସଚ୍ଚ୍‌ିନ୍ ବେହେରା ,  ବ୍ରଜ କିଶୋର ବିନ୍ଧାଣି , ଅତିରିକ୍ତ ଉପ ନିରୀକ୍ଷକ ନଟବର ମଲ୍ଲୀକ୍‌  ଓ ଅନ୍ୟ ମାନେ ସାମିଲ୍ ହୋଇଥିଲେ ।

ଖବର ପାଇଁ ଅନ୍ୟ ସମସ୍ତ ହାତରନ୍ଧା ଚୋରା ମଦ ବେପାରୀ ଫେରାର୍ ହୋଇଯାଇଥିଲେ । ରଣପୁର ଅଂଚଳ ର ବିଭିନ୍ନ ଗ୍ରାମ ରେ କୈାଳିକ ବୃତ୍ତି ହିସାବ ରେ କିଛି ବ୍ୟକ୍ତି ଲଗାତର ଭାବରେ ହାତରନ୍ଧା ଦେଶୀ ମଦ ବ୍ୟବସାୟ କରିଚାଲିଛନ୍ତି । ଯାହାକୁ କି ଅବକାରୀ ବିଭାଗ କର୍ମଚାରୀ ଅଭାବ ଆଳ ଦେଖାଇ ଧରିବାକୁ ସକ୍ଷମ ହେଉନି । ଅଭିଯୁକ୍ତ କୁ କୋର୍ଟ କୁ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ୍ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.