Home ଓଡ଼ିଶା ରଣପୁର ରେଂଜ୍ ରିଜର୍ଭ ଜଙ୍ଗଲ ନେଳିପଡାରେ  ଛୁଆ ହାତୀର ମୃତ୍ୟୁ

ରଣପୁର ରେଂଜ୍ ରିଜର୍ଭ ଜଙ୍ଗଲ ନେଳିପଡାରେ  ଛୁଆ ହାତୀର ମୃତ୍ୟୁ

147

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୪-ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ରଣପୁର ରେଂଜ୍ ଅନ୍ତର୍ଗତ ବେତୁଲି ଫରେଷ୍ଟ ଅଫିସ୍ ନିକଟ ନେଳିପଡାଠାରେ ଏକ  ଛୁଆ ହାତୀର ୨ଦିନ ହେଲା ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ଯାହାର ଖବର ରଣପୁର ରେଂଜର ଶରତ ଚନ୍ଦ୍ର ଶତପଥି ପାଇବା ପରେ ଖୋର୍ଦ୍ଧା ଡି.ଏଫ୍‌.ଓ ସୁଧିର ନାୟକଙ୍କୁ ଜଣାଇଥିଲେ । ତେଣୁ ରଣପୁର ରେଂଜର ଓ ଖୋର୍ଦ୍ଧା ଡି.ଏଫ୍‌.ଓ ରିଜର୍ଭ ଜଙ୍ଗଲରେ ଥିବା ନେଳିପଡାଠାରେ ପହଁଚି ରଣପୁର ପଶୁଧନ ଚିକିତ୍ସକ ଶୈଳେନ୍ଦ୍ର ମହାନ୍ତି ଓ ଅନ୍ୟ ଜଣେ ପଶୁଧନ ଚିକିତ୍ସକଙ୍କୁ ନେଇ ଘଟଣା ସ୍ଥଳରେ ହାତୀ ଛୁଆର ଶବ ବ୍ୟବଛେଦ କରାଇ ବ୍ୟବଛେଦ ପରେ ପୋତିଦେଇଥିବା ଜଣା ପଡିଛି । ହାତୀ ମୃତ୍ୟୁର କାରଣ କେହି କେହି ବିଷ ପଡିଥିବା ଫସଲ ଖାଇ ମୃତ୍ୟୁ ବରଣ କରିଥିବା କହୁଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ହାତୀ ଛୁଆର ମୃତ୍ୟୁର କାରଣ ଜଣା ପଡିବ ବୋଲି ରଣପୁର ରେଂଜର ଶରତ ଚନ୍ଦ୍ର ଶତପଥି ସୁଚନା ଦେଇଛନ୍ତି । ରିଜର୍ଭ ଜଙ୍ଗଲ ମଧ୍ୟରେ ଥିବା ଗ୍ରାମାଂଚଳରେ ଆଦିବାସୀମାନେ ବିଭିନ୍ନ ପ୍ରକାର ଫସଲ କରିଥାନ୍ତି । ସେହି ଫସଲ ଖାଇବା ପାଇଁ ହାତୀମାନେ ବାରମ୍ବାର ଉଦ୍ୟମ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.