Home ଓଡ଼ିଶା ନୟାଗଡ ଖୋର୍ଦ୍ଧା ଜିଲ୍ଲା ସୀମା ସିଲ୍‌……………… ଚାନ୍ଦପୁର ଓ ରଣପୁରରେ ଲକ୍‌ଡାଉନ୍ କଡାକଡି

ନୟାଗଡ ଖୋର୍ଦ୍ଧା ଜିଲ୍ଲା ସୀମା ସିଲ୍‌……………… ଚାନ୍ଦପୁର ଓ ରଣପୁରରେ ଲକ୍‌ଡାଉନ୍ କଡାକଡି

189

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୪-ନୟାଗଡ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲା ସୀମା ସିଲ୍ କରି ଦିଆଯାଇଥିବା ଜଣା ପଡିଛି । ଚାନ୍ଦପୁର ଓ ରଣପୁର ଅଂଚଳରେ ଲକ୍‌ଡାଉନ୍ କୁ ବ୍ୟାପକ କରାଯାଇଅଛି । ଖୋର୍ଦ୍ଧା ଜିଲ୍ଲା ଓ ରଣପୁର ଥାନା, ଚାନ୍ଦପୁର ଥାନା ବର୍ଡରକୁ ସମ୍ପୁର୍ଣ୍ଣ ରୁପେ ସିଲ୍ କରାଯାଇଥିବା ଜଣା ପଡିଛି । ଚାନ୍ଦପୁର ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ବ୍ରହ୍ମପୁର ରାସ୍ତାର ଚମ୍ପାଗଡଠାରେ, ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବିନୋଦପଡାଠାରେ, ପୁରୀ ଶରଣକୁଳ ଜଗନ୍ନାଥ ସଡକର ନରସିଂହପୁରଠାରେ ଓ ରାଜସୁନାଖଳା ଚାନ୍ଦପୁର ରାସ୍ତାର କୋଟଗଡଠାରେ ୪ଗୋଟି ଚେକ୍ ପୋଷ୍ଟ କରାଯାଇଥିବା ଜଣା ପଡିଛି । ଯେଉଁଠାରେକି ଦିନରାତି ପୋଲିସ୍ ବାହିନୀ ଜଗି ରହୁଛନ୍ତି । ସେହିଭଳି ଭାବରେ ବେଗୁନିଆଁ ବ୍ରଜରାଜପୁର ରାସ୍ତାର ଗୋଡିକିଲୋ ଦାଣ୍ଡିଆ ଛକଠାରେ ରାସ୍ତାକୁ ସମ୍ପୁର୍ଣ୍ଣ ରୁପେ ସିଲ୍ କରିଦିଆଯାଇଛି । ୧୬ ନମ୍ବର ଜାତୀୟ ରାଜପଥ ଚମ୍ପାଗଡଠାରେ ଥିବା ଚେକ୍ ପୋଷ୍ଟକୁ ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟ ପହଁଚି ଚାନ୍ଦପୁର ଥାନା ଅଧିକାରୀ ଧନେଶ୍ୱର ନାହାକଙ୍କ ଦ୍ୱାରା ଚେକ୍ ପୋଷ୍ଟ କରି ଜଗି ରଖିଥିବା ଜଣା ପଡିଛି ।

ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ୫୭ନମ୍ବର ଜାତୀୟ ରାଜପଥ ବିନୋଦପଡା, ନରସିଂହପୁର ଓ କୋଟଗଡଠାରେ ଥିବା ଚେକ୍ ପୋଷ୍ଟକୁ ଜଗି ରହିଥିବା ଜଣା ପଡିଛି । ଜିଲ୍ଲା ପ୍ରଶାସନ ନିର୍ଦ୍ଧେଶରେ ଏହି ସୀମାକୁ ସିଲ୍ କରିଦିଆଯାଇଛି । ପ୍ରତିଦିନ ଦିବାରାତ୍ର ଖୋର୍ଦ୍ଧା ଜିଲ୍ଲାରୁ ଜଗନ୍ନାଥ ସଡକର ନରସିଂହପୁର ଦେଇ ଶହ ଶହ ଲୋକ ରଣପୁର ଥାନା ଅଂଚଳରେ ପ୍ରବେଶ କରୁଥିଲେ । ତେଣୁ ନରସିଂହପୁର ଚେକ୍ ପୋଷ୍ଟ ଓ ଦାଣ୍ଡିଆ ଛକରେ ରାସ୍ତା ସିଲ୍ କରିବା ଦ୍ୱାରା ଖୋର୍ଦ୍ଧାରୁ ରଣପୁର ଯାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି । ଏ ସମ୍ପର୍କେ ରଣପୁର ତହସିଲ୍‌ଦାର ତଥା ନୋଡାଲ ଅଫିସର୍ ସଂଜୟ କୁମାର ସାମନ୍ତରାୟଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଜିଲ୍ଲା ସୀମାରେ ଏହି ୪ଗୋଟି ଚେକ୍ ପୋଷ୍ଟ ଓ ଦାଣ୍ଡିଆ ଛକରେ ରାସ୍ତା ସିଲ୍ ଯୋଗୁଁ ରଣପୁର ଅଂଚଳ କରୋନା ଭାଇରସ୍ ରେ ସଂକ୍ରମିତ ହେବା ଆଶା ପୋଷଣ କରାଯାଇଛି । ଏଥିସଙ୍ଗେ ସଙ୍ଗେ ସାମାଜିକ ଦୁରତ୍ୱ ବଜାୟ ରହିପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.