Home ଜିଲ୍ଲା ପରିକ୍ରମା ରଣପୁର ରଥଯାତ୍ରା ଶୃଙ୍ଖଳିତ ପାଇଁ ପ୍ରସ୍ତୁତି ବୈଠକ

ରଣପୁର ରଥଯାତ୍ରା ଶୃଙ୍ଖଳିତ ପାଇଁ ପ୍ରସ୍ତୁତି ବୈଠକ

16

ନୟାଗଡ ୨୨/୦୬(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ରେ ୧୭୫୪ ଖ୍ରୀଷ୍ଟାବ୍ଦ ରୁ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଅଛି। ଗତ କୋଭିଡ କଟକଣା ଯୋଗୁଁ ୨ ବର୍ଷହେଲା ରଥଯାତ୍ରା ଅନୁଷ୍ଠିତ ହୋଇପାରିନଥିଲା। ଚଳିତ ବର୍ଷ ରଥ ଯାତ୍ରାରେ ପ୍ରବଳ ଜନ ସମାଗମ କୁ ଦୃଷ୍ଟିରେ ରଖି ଯାତ୍ରା କୁ ଶୃଙ୍ଖଳିତ ବ୍ୟବସ୍ଥିତ କରିବା ପାଇଁ ରଣପୁର ବ୍ଲକ ସମ୍ମିଳନୀ କକ୍ଷରେ ଜୁନ ୨୨ ତାରିଖ ଅପରାହ୍ନ ୫ ଘଟିକା ସମୟରେ ସମ୍ମନ୍ୱୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଅଛି। ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ବୈଠକ କୁ ପରିଚାଳନା କରିଥିଲେ। ରଣପୁର ଦେବତ୍ତୋର ଅଧିକାରୀ ତଥା ତହସିଲଦାର ଯୁଗଳ ମିଶ୍ର, ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି, ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି, ରଣପୁର ଥାନା ଉପ ନିରୀକ୍ଷକ ସଂଜୟ କୁମାର ପରିଡା ଓ ବ୍ଲକ ଅଧକ୍ଷା ନିର୍ମଳା ବେହେରା ଯୋଗ ଦେଇଥିଲେ।

ଚଳିତ ବର୍ଷ ରଥଯାତ୍ରା ସମୟରେ ରଥ ପ୍ରତିଷ୍ଠା, ଆଇନ ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା, ପରିମଳ ଓ ପାନୀୟଜଳ ବ୍ୟବସ୍ଥା, ରଥ କର୍ଡନ୍, ଦେବଦଳନ ରଥ କୁ ମହିଳା ମାନେ ଟାଣିବା, ବିଜୁଳି ବ୍ୟବସ୍ଥା, ମନ୍ଦିର ପାର୍ଶ୍ୱ ଦେବାଦେବୀ ଙ୍କ ରଙ୍ଗ ବ୍ୟବସ୍ଥା, ଦମକଳ ବାହିନୀ ର ଉପସ୍ଥିତି, ସ୍ୱାସ୍ଥ୍ୟ ବ୍ୟବସ୍ଥା, ବାଇପାସ୍ ରାସ୍ତା, ରଥନିତୀ ସର୍ମ୍ପକିତ ରାଜା ସାହେବ ଙ୍କ ଛେରା ପହଁରା ସର୍ମ୍ପକିତ ବିଷୟ ବସ୍ତୁ ଆଲୋଚନା କରାଯାଇଥିଲା। ରାଜା ସାହେବ ଅସନ୍ତୁଷ୍ଟ ହୋଇ ଛେରା ପହଁରା ପାଇଁ ମନା କରିବା ଯୋଗୁଁ ରାଜା ଙ୍କ ସହ ଆଲୋଚନା ପାଇଁ ସ୍ଥିର କରାଯାଇଥିଲା। ରଥଯାତ୍ରା ନିତୀ କମିଟି, ରଥ ପରିଚାଳନା କମିଟି, ପ୍ରଚାର ପ୍ରସାର କମିଟି, ଶୃଙ୍ଖଳା କମିଟି, ଧାରା ବିବରଣୀ କମିଟି ଓ ଖାଦ୍ୟ କମିଟି ଗଠନ କରାଯାଇଥିଲା। ୧୪୪ ଧାରା ବ୍ୟବସ୍ଥା ସହ ଅନ୍ୟାନ୍ୟ ବିଷୟ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ରଥଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କୁ ଦୃଷ୍ଟିରେ ରଖାଯାଇଥିଲା। ମନ୍ଦିର ପରିଚାଳକ ରମେଶ କୁମାର ପ୍ରଧାନ ହୋଇଥିବା କାର୍ଯ୍ୟ ସର୍ମ୍ପକ ରେ ବିବରଣୀ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.