Home ଓଡ଼ିଶା ଯୋଡା : ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ସନ୍ଦେହ

ଯୋଡା : ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ସନ୍ଦେହ

23

ଯୋଡା, ୨୨ା୬ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବାମେବାରି ଥାନା ଅନ୍ତର୍ଗତ କାଳିମାଟି ପଞ୍ଚାୟତ ବସନ୍ତପୁର ଠାରେ ଲକ୍ଷ୍ମୀ ପେଣ୍ଠେଇ (୨୫) ନାମକ ଜଣେ ଯୁୂବତୀଙ୍କର ମତଦେବ ମିଳିଥିବା ବେଳେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ପୁଲିସ ନିକଟରେ ଅଭିଯୋଗ ହୋଇଛି। ମୃତକ ଲକ୍ଷ୍ମୀ ପେଣ୍ଠେଇଙ୍କର ଭାଇ ଏ ନେଇ ବାମେବାରି ଥାନାରେ ଏକ ଏତଲା ଦାୟର କରିଥିବା ଜଣାପଡିଛି। ଏତଲା ମୁତାବକ ଲକ୍ଷ୍ମୀ ପେଣ୍ଠେଇଙ୍କର ସ୍ୱାମୀ ସୁଶାନ୍ତ ପେଣ୍ଠେଇଙ୍କ ସହିତ ତାଙ୍କର ବିଭିନ୍ନ କଥା ନେଇ ପ୍ରାୟ ସମୟରେ ଝଗଡା ହୋଇଥାଏ। ଏ ନେଇ ତାଙ୍କ ଭଉଣୀ ଲକ୍ଷ୍ମୀଙ୍କୁ ସୁଶାନ୍ତ ମାରିଦେଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗ ମୁତାବକ ବାମେବାରି କେଶ ନଂ. ୧୧୦ରେ ଏକ ହତ୍ୟା ମାମଲା ଋଜୁ କରି ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପିଡିଛି। ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.