Home ଓଡ଼ିଶା ରଣପୁର ମହୋତ୍ସବ ୨୦୨୦ “ ଅର୍ଜୁନ” ପାଇଁ ଅଧ୍ୟକ୍ଷ ଙ୍କ ସାମ୍ବାଦିକ ସମ୍ମିଳନୀ

ରଣପୁର ମହୋତ୍ସବ ୨୦୨୦ “ ଅର୍ଜୁନ” ପାଇଁ ଅଧ୍ୟକ୍ଷ ଙ୍କ ସାମ୍ବାଦିକ ସମ୍ମିଳନୀ

681

ନୟାଗଡ/୦୨/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଗଡଜାତରେ ଦୀର୍ଘ ବର୍ଷ ହେଲା ମହୋତ୍ସବ ପାଳିତ ହୋଇ ଆସୁଅଛି । ତେଣୁ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ମହୋତ୍ସବ ୨୦୨୦ “ ଅର୍ଜୁନ” ପାଇଁ ମହୋତ୍ସବ କମିଟିର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଜାନୁୟାରୀ ୨ ତାରିଖ ସଂଧ୍ୟାରେ ରଘୁ-ଦିବାକର ଆସୋସିଏସନ୍‌ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିବା ଜଣା ପଡିଛି । ଏଥିରେ କମିଟିର ସମ୍ପାଦକ ସୁରେଶ ମିଶ୍ର, ସଂଯୋଜକ ଇଂ.ଦେବାଶିଷ ପଟ୍ଟନାୟକ, ଆବାହକ ପୁର୍ଣ୍ଣଚନ୍ଦ୍ର ରାୟ ଓ ନରସିଂହ ମହାପାତ୍ର ଯୋଗ ଦେଇଥିଲେ । ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ କହିଥିଲେ ଯେ ,ରଣପୁର ମାଟିର ଐତିହ୍ୟ, ସସ୍କୃତି,କଳା,ପରମ୍ପରା ତଥା ଅତୀତର ସ୍ମୃତିକୁ ସାଉଁଟିବା ପାଇଁ ଏ ମହୋତ୍ସବର ଆୟୋଜନ । ସାରା ରାଜ୍ୟରେ ଅନୁଷ୍ଠିତ ହେଉଥିବା ମହୋତ୍ସବ ଠାରୁ ରଣପୁର ମହୋତ୍ସବ ଏକ ନିଆରା ମହୋତ୍ସବ କାରଣ ଶହୀଦ୍ ରଘୁ-ଦିବାକର, ଅର୍ଜୁନ୍ ରାଉତ୍ ଓ ସନ୍ଥ ଭକ୍ତ ଚରଣ ଦାସଙ୍କ କଥାକୁ ମନେରଖିବା ପାଇଁ ଏହି ମହୋତ୍ସବର ସ୍ୱତନ୍ତ୍ରତା ଅଛି ବୋଲି କହିଥିଲେ । ଏହି ମହୋତ୍ସବ ପ୍ରତିବର୍ଷ ଜାନୁୟାରୀ ୫,୬ ଓ ୭ ତାରିଖରେ ଅନୁଷ୍ଠିତ ହୋଇଥାଏ । ମହୋତ୍ସବର ପ୍ରାଧାନ୍ୟତାକୁ ଦେଖି ଏହି ମହୋତ୍ସବ ଚଳିତବର୍ଷ ଜାନୁୟାରୀ ୫ ତାରିଖଠାରୁ ୯ ତାରିଖ ପର୍ଯ୍ୟନ୍ତ ରଣପୁର ବାଘ ସାମନ୍ତ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ସୁଚନା ପ୍ରଦାନ କରିଥିଲେ । ପୁରୀ ଜିଲ୍ଲା ସାଂସଦ ପିନାକୀ ମିଶ୍ର, ଡା.ଅରୁଣ କୁମାର ସାହୁ, ଶ୍ରୀଯୁକ୍ତ ପଦ୍ମନାଭ ବେହେରା, ଶ୍ରୀଯୁକ୍ତ ପ୍ରଶାନ୍ତ ଜଗଦେବ, ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଭଳି ମନ୍ତ୍ରୀ ନେତାଙ୍କ ସହ ନୟାଗଡ ଜିଲ୍ଲା ପ୍ରଶାସନ ଓ ବହୁ ବକ୍ତା ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ସୁଚନା ପ୍ରଦାନ କରିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.