Home ଓଡ଼ିଶା ରଣପୁର ମଠ ଓ ଜଗନ୍ନାଥ ମନ୍ଦିରରେ କୃଷ୍ଣଜନ୍ମ ଓ ନନ୍ଦୋତ୍ସବ ପାଳିତ

ରଣପୁର ମଠ ଓ ଜଗନ୍ନାଥ ମନ୍ଦିରରେ କୃଷ୍ଣଜନ୍ମ ଓ ନନ୍ଦୋତ୍ସବ ପାଳିତ

1612

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୮-ନୟାଗଡ ଜିଲ୍ଲା ରଣପୁର ଏକ ମନ୍ଦିର ମାଳିନୀ ଅଂଚଳ କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ରଣପୁର ରେ ଜଗନ୍ନାଥ ମନ୍ଦିର, ମା ମଣିନାଗ ମନ୍ଦିର ସାଙ୍ଗକୁ ଦଧିବାମନ ମଠ, ବଡମଠ, ନୃସିଂହ ମଠ, ସିନ୍ଦୁରା ମଠ, ରଘୁନାଥ ମଠ, ଚୈତନ୍ୟ ମଠ ରହିଅଛି । ଏହା ସହିତ ସମସ୍ତ ଗାଁ ଗଣ୍ଡାରେ ୧୦୮ ଶିବ ମନ୍ଦିର ରହିଅଛି । ଏହି ମନ୍ଦିର ମାଳିନୀ ରଣପୁର ଜଗନ୍ନାଥ ସଂସ୍କୃତିକୁ ଆଧାର କରି ଚାଲିଅଛି ।

ଚଳିତ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ମନ୍ଦିର ଓ ମଠମାନଙ୍କରେ ଅଗଷ୍ଟ ୧୧ ତାରିଖ ରାତ୍ରିରେ ଜନ୍ମାଷ୍ଟମୀ ତିଥିରେ କୃଷ୍ଣଜନ୍ମ ନିରାଡାମ୍ବର ଭାବେ ଅନୁଷ୍ଠିତ ହୋଇଯାଇଅଛି । ଅଗଷ୍ଟ ୧୨ ତାରିଖ ନନ୍ଦୋତ୍ସବକୁ ମଧ୍ୟ ଜଗନ୍ନାଥ ମନ୍ଦିର, ସମସ୍ତ ମଠ ଓ କେତେକ ଗ୍ରାମରେ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ନିରାଡାମ୍ବର ଭାବେ ପାଳନ ହୋଇଯାଇଅଛି । ଶ୍ରଦ୍ଧାଳୁ କୃଷ୍ଣ ଭକ୍ତମାନେ ମନ୍ଦିର ଓ ମଠକୁ ନ ଆସି ନିଜ ନିଜ ଘରେ କୃଷ୍ଣଜନ୍ମ ଓ ନନ୍ଦୋତ୍ସବକୁ ପାଳନ କରିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.