Home ଅପରାଧ ପିଡିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତା, ଯୋଗ୍ୟ ହିତାଧିକାରୀଙ୍କୁ ନିସ୍ତୁକମାଡ ଅଭିଯୋଗ

ପିଡିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତା, ଯୋଗ୍ୟ ହିତାଧିକାରୀଙ୍କୁ ନିସ୍ତୁକମାଡ ଅଭିଯୋଗ

700

ହରିଚନ୍ଦନପୁର, ତା ୧୨ ଅଗଷ୍ଟ,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ପିଡିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତା ସହ ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଣ ସହାୟକ ମାଡ ମାରିଥିବା ଅଭିଯୋଗ ହୋଇଛି । ଆଜକୁ ଅନେକ ମାସ ହେବ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଗୌଣିଘଷା ଗ୍ରାମପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତା ଦେଖାଦେଇଛି । ଏନେଇ ବାରମ୍ବାର ଯୋଗାଣ ନିରିକ୍ଷକ ବନିତା ମାଝୀଙ୍କ ପାଖରେ ଯୋଗ୍ୟ ହିତାଧିକାରୀମାନେ ଲିଖିତ ସହ ମୈାଖିକ ଅଭିଯୋଗ କରିଆସୁଥିଲେ ମଧ୍ୟ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଜି ପୁଣି ଉକ୍ତ ପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନ ସମୟରେ ଯୋଗ୍ୟ ହିତାଧରକାରୀ(କାର୍ଡ ନଂ ୧୮୦୬୦୯୧୧୦୨୦)ଦିଲା ମାଝୀଙ୍କ ସ୍ୱାମୀ ମୁଳିଆ ମାଝୀଙ୍କୁ ଯୋଗାଣ ସହାୟକ ବିଶମ୍ବର ମହାନ୍ତ ମାରପିଟ୍ କରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ ଉକ୍ତ ହିତାଧିକାରୀଙ୍କ ରାସନ କାର୍ଡ ହଜିଯାଇଥିବାରୁ ବ୍ଲକର ଯୋଗାଣ ନିରିକ୍ଷକ ବନିତା ମାଝୀଙ୍କ ପାଖକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ପରେ ଘଟଣା ବାବଦରେ ଅବଗତ ହୋଇ ଯୋଗାଣ ନିରିକ୍ଷକ ଉକ୍ତ ହିତାଧିକାରୀଙ୍କୁ ୨୦କିଲୋ ରାସନ ନିମନ୍ତେ ଏକ ଖାତାରେ ଲିଖିତ କାର୍ଡ ପ୍ରସ୍ତୁତ କରି ପ୍ରଦାନ କରିଥିଲେ । ସେହି କାର୍ଡରେ ଗତ ଜୁଲାଇ ମାସର ରାସନ ଦିଆଯାଇଥିବା ବେଳେ ଅଗଷ୍ଟ ମାସର ରାସନ ସେହି କାର୍ଡରେ ଦେବାକୁ ସହାୟକ ମନା କରିଥିଲେ । ରାସନ ଦେବାକୁ ମନା କରିବା ଯୋଗୁ ହିତାଧିକାରୀ ଓ ଯୋଗାଣ ସହାୟକଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା । ପରେ ଝଗଡାଟି ମାରପିଟ୍ ରୂପ ନେଇଥିଲା, ଯାହାକୁ ନେଇ ସହାୟକଙ୍କ ମାଡ଼ରେ ହିତାଧିକାରୀ ରକ୍ତାକ୍ତ ହେଇଯାଇଥିବା ଦେଖିବାକୁ ମିଳିଛି । ପରବର୍ତ୍ତି ସମୟରେ ଭୋକ ଉପାସରେ ଅପେକ୍ଷା କରି ଶହଶହ ହିତାଧିକାରୀ ଚାଉଳ ନପାଇ ନିରାଶ ହୋଇ ଘରକୁ ଫେରିଛନ୍ତି । ଉକ୍ତ ପଞ୍ଚାୟତରେ ଏହିଭଳି ପିଡିଏସ ସାମଗ୍ରୀ ବଣ୍ଟନରେ ବାରମ୍ବାର ଅନିୟମିତତା ଦେଖାଦେଇଛି । ହେଲେ ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନିକ ଅଧିକାରୀ କିମ୍ବା ଯୋଗାଣ ନିରିକ୍ଷକ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାକୁ ନେଇ ଜନ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ଯଥାଶିଘ୍ର ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀଙ୍କ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.