Home ଓଡ଼ିଶା ରଣପୁର ଭାରତ ସଂଚାର ନିଗମ ଅଫିସ୍‌ରେ ଝୁଲୁଛି ତାଲା

ରଣପୁର ଭାରତ ସଂଚାର ନିଗମ ଅଫିସ୍‌ରେ ଝୁଲୁଛି ତାଲା

49

ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୧୬/୯-ନୟାଗଡ ଜିଲ୍ଲା ରଣପୁର ଦୂରସଂଚାର ବିଭାଗ କାର୍ଯ୍ୟାଳୟରେ କିଛି ମାସ ହେଲା ତାଲା ଝୂଲୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଉପଭୋକ୍ତାମାନେ କୈାଣସି ଆପତ୍ତି କରିବାପାଇଁ ଗଲେ କୈାଣସି କର୍ମଚାରୀଙ୍କୁ ନ ପାଇ ଫେରୁଥିବା ଅଭିଯୋଗ ହେଉଅଛି । କାର୍ଯ୍ୟାଳୟ ପରିସରଟି ଜଂଗଲ ପାଲଟିଗଲାଣି । ଏ ସଂପର୍କେ  କନିଷ୍ଠ ଯନ୍ତ୍ରୀ ବଳରାମ ପାଲଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି  ଆମ୍ଭେ କେବଳ ଟ୍ରାନ୍ସମିସନ୍ ଦାୟିତ୍ୱରେ ରହିଅଛୁ ।

ଝ.ଊ.ଙ. ସୁଧିର କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି କର୍ମଚାରୀ ମାନଙ୍କର ଘୋର ଅଭାବ ରହିଅଛି । ଭଲ୍ୟୁଣ୍ଟାରୀ ଅବସର ଯୋଜନା ପରେ କର୍ମଚାରୀ ମାନଙ୍କର ଅଭାବ ଦେଖାଦେଇଛି । ଦୂର ସଂଚାର ବିଭାଗରେ ନୂତନ ନିଯୁକ୍ତି ନାହିଁ । ରଣପୁରରେ  ଜଣେ ମାତ୍ର ଅସ୍ଥାୟୀ କର୍ମଚାରୀ ରହିଛନ୍ତି । ଯାହା ଫଳରେ କାର୍ଯ୍ୟାଳୟ ଖୋଲିବା ସମ୍ଭବ ପର  ହେଉନାହିଁ । ଅପର ପକ୍ଷେ ଭାରତ ସଂଚାର ନିଗମ ଉପରେ ସାଧାରଣ ଜନତା ଆସ୍ଥା ହରେଇଲେଣି ।କେତେବେଳେ ଲ୍ୟାଣ୍ଡ୍ ଲାଇନ୍ ଅଚଳ ତ ଆଉ କେତେବେଳେ ନେଟ୍ ୱାର୍କ ରହୁନାହିଁ । ଉପରିସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ନିବେଦନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.