Home ଓଡ଼ିଶା ରଣପୁର ବ୍ଲକ ର ୮ମ ଶେଷ ସମିତି ବୈଠକ ଅନୁଷ୍ଠିତ

ରଣପୁର ବ୍ଲକ ର ୮ମ ଶେଷ ସମିତି ବୈଠକ ଅନୁଷ୍ଠିତ

24

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୧୦- ନୟାଗଡ ଜିଲ୍ଲା ର ୩୭ ଗୋଟି ଗ୍ରାମ ପଞ୍ଚାୟତ କୁ ନେଇ ରଣପୁର ସର୍ବ ବୃହତ ପଞ୍ଚାୟତ ସମିତି । ଆଗାମୀ ତ୍ରିସ୍ତରୀୟ  ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ । ଅକ୍ଟୋବର ୮ ତାରିଖ ମଧ୍ୟାନ୍ନ ରେ ସମିତି ର ଅଷ୍ଟମ ବୈଠକ ଅନୁଷ୍ଠିତ  ହୋଇଯାଇଅଛି । କୋଭିଡ୍ କଟକଣା ଯୋଗୁଁ ପଞ୍ଚାୟତ ନିତୀ ନିୟମ ଅନୁଯାଇ ସମିତି ବୈଠକ ହୋଇପାରିନଥିଲା । ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ରିତୁପର୍ଣ୍ଣା ମହାପାତ୍ର ଙ୍କ କାର୍ଯ୍ୟ ର ପ୍ରଥମ ତଥା ପଞ୍ଚାୟତିରାଜ ସଭ୍ୟ ସଭ୍ୟା ମାନଙ୍କର ଏହା ଶେଷ ବୈଠକ ଥିଲା । ଏହି ବୈଠକ ରଣପୁର ପଞ୍ଚାୟତ ସମିତି ଅଧକ୍ଷା ନିରୁପମା ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ  ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ସ୍ୱର୍ଣ୍ଣ ପ୍ରକାଶ ରଉତରାୟ , ରଣପୁର ପଞ୍ଚାୟତ ସମିତି ଉପାଧକ୍ଷ ପ୍ରଶାନ୍ତ କୁମାର ନାୟକ , ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ରତନ୍‌ଲାଲ୍‌  ଲୋହରା , ଗୋପାଳପୁର ,  ରଣପୁର , ରାଜସୁନାଖଳା ର ଜିଲ୍ଲା ପରିଷଦ ସଭ୍ୟ ଓ ୩୭ ଗୋଟି ଗ୍ରାମ ପଞ୍ଚାୟତ ଜର ସମସ୍ତ ସରପଞ୍ଚ  ଓ ସମିତି ସଭ୍ୟ ଓ ସଭ୍ୟା ମାନେ ଯୋଗ ଦେଇଥିଲେ ।

ପୁର୍ବ ବୈଠକ ର ବିବରଣୀ ପଠନ ସହ , ରାଜ୍ୟ ଓ କେନ୍ଦ୍ର ଅର୍ଥ କମିସନ୍ ବ୍ୟୟ ଅଟକଳ , ଗ୍ରାମୀଣ ଆବାସ , ମନରେଗା ,  କୃଷି , ସାମାଜିକ ସୁରକ୍ଷା ଯୋଜନା , ସାଧାରଣ ବଣ୍ଟନ ବ୍ୟବସ୍ଥା , ସ୍ୱାସ୍ଥ୍ୟ ,  ଶିକ୍ଷା , ଉନ୍ନୟନ  ଓ ଅନ୍ୟାନ୍ୟ ବିଷୟ ରେ ଆଲୋଚନା କରାଯାଇଥିଲା । ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ପୁର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଯୋଗ ଦେଇନଥିବା ରୁ ବ୍ରଜରାଜପୁର ସରପଞ୍ଚ ସୁକାନ୍ତ ସାମନ୍ତରାୟ , ପଟିଆ ସରପଞ୍ଚ ପ୍ରଭାତ କୁମାର ସାହୁ, ଲୋଧାଚୁଆ ସରପଞ୍ଚ ଜୟନ୍ତ କୁମାର ନାୟକ ଓ ନରସିଂହପୁର ସରପଞ୍ଚ ନିତ୍ୟାନନ୍ଦ ପରିଡା ଙ୍କ ସହ ଅନ୍ୟମାନେ ଘୋର ବିରୋଧ କରିଥିଲେ । ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତି ନେଇ ଜିଲ୍ଲାପାଳ ଙ୍କୁ ଅବଗତି କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଶେଷ ରେ ଆନନ୍ଦ ଉଲ୍ଲାସ ର ସହ ସରପଞ୍ଚ , ସମିତି ସଭ୍ୟ ସଭ୍ୟା ମାନେ ମଣ୍ଡଳ ଉନ୍ନୟନ ଅଧିକାରିଣୀ ଙ୍କ ସହ ଫଟୋ ଉଠାଇ ଖୁସି ବାଣ୍ଟିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.