Home ଓଡ଼ିଶା ରଣପୁର ଔଷଧିୟ ଜଳପ୍ରପାତ ଅସୁରକୁମାରୀ ବିକାଶ ଅପେକ୍ଷାରେ

ରଣପୁର ଔଷଧିୟ ଜଳପ୍ରପାତ ଅସୁରକୁମାରୀ ବିକାଶ ଅପେକ୍ଷାରେ

54

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୧୦- ଓଡିଶା ର ପର୍ଯ୍ୟଟନ କେନ୍ଦ୍ର ଗୁଡିକୁ ସରକାର ଉନ୍ନତି କରିବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ  କରିଛନ୍ତି । ନୟାଗଡ ଜିଲ୍ଲା ର ରଣପୁର ଅଂଚଳ ରେ ଅନେକ ପର୍ଯ୍ୟଟନ କେନ୍ଦ୍ର ରହିଅଛି । ଯାହାର ବିକାଶ ହେଲେ ଅଂଚଳ ର ବିକାଶ ସହ ଅନେକ ବ୍ୟକ୍ତି ରୋଜଗାର ପାଇବା ସହ ସରକାର ଙ୍କ ରାଜସ୍ୱ ବୃଦ୍ଧି ହୋଇପାରିବ । ସେହିଭଳି ଏକ ପର୍ଯ୍ୟଟନ କେନ୍ଦ୍ର ଔଷଧିୟ ଜଳପ୍ରପାତ ଅସୁର କୁମାରୀ  ବିକାଶ ଅପେକ୍ଷା ରେ ରହିଅଛି । ବିକାଶ ହୋଇଥିଲେ ମଧ୍ୟ  ଆଶାନୁରୂପ ହୋଇନାହିଁ । ଲୋକ ଙ୍କର ବିଶ୍ୱାସ ଅନୁଯାଇ ଏହି ଔଷଧିୟ ଜଳପ୍ରପାତ ରେ ସ୍ନାନ କଲେ ପାଳିଜ୍ୱର ଭଲହେବା ସହ ବନ୍ଧ୍ୟାନାରୀ ମାନଙ୍କର ସନ୍ତାନ ସନ୍ତତି ହୋଇଥାଏ ।

ଯାହାଫଳ ରେ ଅନେକ ଲୋକଙ୍କର ପ୍ରତି ଶନିବାର ଓ ମଙ୍ଗଳବାର ଏହି ଜଳପ୍ରପାତ ରେ ଭିଡ ଦେଖିବାକୁ ମିଳିଥାଏ । ଏହି ଜଳପ୍ରପାତ  ପରିବେଶ ଅତୀବ ରମଣିୟ । ଏହି ଔଷଧିୟ ଜଳ ପ୍ରପାତ ର ଚାରିପାଖ ରେ ଅନେକ ଔଷଧିୟ ବୃକ୍ଷଲତା ରହିଛି । ପ୍ରତିବର୍ଷ ଶୀତ ଋତୁ ରେ କଟକ , ପୁରୀ , ଭୂବନେଶ୍ୱର ଠାରୁ ଆରମ୍ଭ କରି ଅନ୍ୟ ଜିଲ୍ଲା ମାନଙ୍କ ଠାରୁ ଭୋଜି ଭାତ କରି ଜଳପ୍ରପାତ  ରେ ସ୍ନାନ କରିବା ପାଇଁ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି । ଅସୁର କୁମାରୀ ଚାରିଟେବୁଲ୍ ଟ୍ରଷ୍ଟ୍ ନାମ ରେ ଏକ କମିଟି ଏହାର ସୁରକ୍ଷା ଦାୟିତ୍ୱ ନେବା ସହ ପର୍ଯ୍ୟଟକ ମାନଙ୍କୁ ସହଯୋଗ କରିଥାଏ । ସରକାର ଏହି ଔଷଧିୟ ଜଳପ୍ରପାତ ର ବିକାଶ ଧାରା କୁ ଆଗେଇ ନେବା ପାଇଁ ଜନ ସାଧାରଣ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.