Home ଓଡ଼ିଶା ରଣପୁର ବ୍ଲକ ରେ ପାରମ୍ପରିକ କୃଷି ବିକାଶ ଯୋଜନା ରେ ହରିଲୁଟ୍

ରଣପୁର ବ୍ଲକ ରେ ପାରମ୍ପରିକ କୃଷି ବିକାଶ ଯୋଜନା ରେ ହରିଲୁଟ୍

61

ନୟାଗଡ/୦୭/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ  ସରକାର ଜମି ରେ ରାସାୟନିକ ସାର ପ୍ରୟୋଗ କୁ ରୋକିବା ଦିଗରେ ଜୈବସାର ପ୍ରୟୋଗ କରି ପାରମ୍ପରିକ କୃଷି କୁ ବିକାଶ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । ନୟାଗଡ ଜିଲ୍ଲା କୃଷି ବିଭାଗ ତରଫରୁ ରଣପୁର ବ୍ଲକ ଅଂଚଳରେ ଏହି ଯୋଜନା ଆରମ୍ଭ କରାଯାଇଅଛି । କିନ୍ତୁ ଏହି ଯୋଜନା ରେ ସାମିଲ୍ ହୋଇଥିବା କୃଷକ ମାନଙ୍କୁ ଶୋଷଣ କରି ହରିଲୁଟ୍ କରାଯାଉଥିବା ଅଭିଯୋଗ ହେଉଛି । ଯାହାଦ୍ୱାରା କି ଯୋଜନା ରଣପୁର ବ୍ଲକ ରେ ବାଟବଣା ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି  ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ଜାମୁଗଣ୍ଡ ଗ୍ରାମର କୃଷକ ସାରଙ୍ଗ ନାୟକ,  ରଙ୍କନାଥ ବିଶୋଇ, ଗୟାଧର ନାୟକ ଓ ଅନ୍ୟ ବହୁ ଚାଷି । ଚାଷି ମାନଙ୍କର କହିବା ଅନୁଯାଇ ଜୈବସାର ପ୍ରୟୋଗ ପାଇଁ ସେମାନଙ୍କୁ ଏକର ଏକର ଜାଗାରେ ଧନିଚା ମଞ୍ଜି ବୁଣିବା ପାଇଁ ଦିଆଯାଇଥିଲା । ପ୍ରାୟତଃ ଏକର ପିଛା ସରକାର ଙ୍କ ତରଫରୁ ବାର୍ଷିକ ୪ହଜାର ଟଙ୍କା ସହାୟତା ରାଶି ୩ ବର୍ଷ ପର୍ଯ୍ୟନ୍ତ ମିଳିବ ବୋଲି କୁହାଯାଇଥିଲା ।

ପ୍ରଥମ ବର୍ଷ ସହାୟତା ରାଶି ମିଳିବା ସମୟରେ ସେମାନଙ୍କୁ ୧ ହଜାର ଟଙ୍କା ପିଛା ୨ଶହ ଟଙ୍କା ପ୍ରଦାନ କରିବା ପାଇଁ ବାଧ୍ୟ କରାଯାଇଥିଲା । କେଉଁ ଚାଷି ଆଗ ୨ଶହ ଟଙ୍କା ଲେଖାଏଁ ଦେଇଥିଲେ ତ ଆଉ କେଉଁ ଚାଷି ବ୍ୟାଙ୍କ ରୁ ଟଙ୍କା ଉଠାଇବା ସମୟରେ ଦେଇଥିଲେ । କିନ୍ତୁ ଚଳିତ ବର୍ଷ ସେହି ଚାଷି ମାନଙ୍କୁ ୧ ହଜାର ଟଙ୍କା ପିଛା ୩ ଶହ ଟଙ୍କା ଦେବାକୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ ହେଉଅଛି । ଏ ସର୍ମ୍ପକେ ନୟାଗଡ ଜିଲ୍ଲା କୃଷି ବିଭାଗ ଉପ ନିର୍ଦେଶକ ଆର‌୍ୟୁଦେହୀ ମିଶ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଏହି ଯୋଜନା ସରକାରୀ ଯୋଜନା ହୋଇଥିଲେ ମଧ୍ୟ ଭୂବନେଶ୍ୱର ର ଇଈକୋ ସଲ୍ୟୁସନ୍ ନାମକ ଏକ ସ୍ୱେଚ୍ଛା ସେବି ଅନୁଷ୍ଠାନ ଦ୍ୱାରା ରଣପୁର ବ୍ଲକରେ କାର୍ଯ୍ୟକାରୀ କରାଯାଉଅଛି । ଏଭଳି ଅର୍ଥ କାରବାର ର ଅଭିଯୋଗ ଆସିଲେ ତଦନ୍ତ କରାଯିବ । ୱେବସାଇଟ୍ ର ସୁଚନା ଅନୁଯାଇ ରଣପୁର ବ୍ଲକ ର ବରପଦା (୧), ଦଶୀପୋଖରୀ(ଅର୍ଗାନିକ୍‌), ଦାଢରା (୧), ଧଅମଡା,  ବ୍ରାହ୍ମଣକୁମ୍ଭି, ଦାଢରା(୨), କାଣ୍ଡପଡା, ଗାଁବାଣୀକିଲୋ, ମର୍ଦକୋଟ, ନମଗାରିଆ, ଲୁଣିସାହି, ନିହଲପ୍ରସାଦ, ରାଆଁଳା ଓ  ୱେବସାଇଟ୍ ର ସୁଚନା ନଥିବା ଅନେକ ଗ୍ରାମରେ ଲୋକାଲ ଗ୍ରୁପ୍ ଗଠନ କରାଯାଇ ଯୋଜନା କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନା କୁ କାର୍ଯ୍ୟକାରି କରିବା ପାଇଁ ବିରଂଚି ନାରାୟଣ ପାଇକରାୟ, ଚନ୍ଦନ କୁମାର ପୃଷ୍ଟି ଓ ଶଂଙ୍କର୍ଷଣ ସ୍ୱାଇଁ ଙ୍କୁ  ଏଲ୍ ଆର ପି ଭାବେ ନିଯୁକ୍ତି ଦିଆଯାଇଅଛି ।  ରଣପୁର ବ୍ଲକ ର ୧୪ ଗୋଟି ଗ୍ରାମ ପଞ୍ଚାୟତ ରେ ଏହି ପାରମ୍ପରିକ କୃଷି ବିକାଶ ଯୋଜନା ଅଧିନରେ ଶହ ଶହ ଚାଷି ମାନେ ଉପଭୋକ୍ତା ଭାବରେ ରହିଛନ୍ତି । ଅନେକ ଚାଷି ଆର୍ଥିକ ଶୋଷଣ ର ଶିକାର ହୋଇଥିବା ଅଭିଯୋଗ ହେଉଛି । ଏହି ହରିଲୁଟ୍ ର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଚାଷିମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.