ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୮- ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ୍ ଶକ୍ତି ଓ ଜୀବିକା ମିଶନ୍ ଯୋଜନା ରେ ଗାଁ ଗାଁ ରେ ମହିଳା ଗୋଷ୍ଠୀ ଗଠନ କରି ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । ସରକାରୀ କର୍ମଚାରୀ ମାନଙ୍କ ଅସହଯୋଗ ରୁ ଅନେକ ଯୋଜନା ଦିଗହରା ହୋଇପଡୁଥିବା ଦେଖିବାକୁ ମିଳୁଛି । ସେଭଳି ନୟାଗଡ ଜିଲ୍ଲା ରଣପୁର ବ୍ଲକ ରେ ଜୀବିକା ମିଶନ୍ ଦ୍ୱାରା ମୋ ବଗିଚା ଯୋଜନା ଦିଗହରା ହୋଇପଡିଥିବା ଅଭିଯୋଗ ହେଉଛି । ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମ ପଞ୍ଚାୟତ ଲତାର ଗ୍ରାମରେ ସୁଷମା ଜେନା ଓ ସୁରେଖା ଜେନା ଦୁଇ ଗୋଟି ମୋ ବଗିଚା ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ହେଉଛି ୨ ଡିସିମିଲ୍ ଜାଗା ରେ ଚାରିପଟେ ବାଡ କରି ଏକ କୃତ୍ରିମ ପାଣିକୁଣ୍ଡ ନିର୍ମାଣ କରି ଲେମ୍ବୁ , କଦଳୀ , ଅମୃତ ଭଣ୍ଡା ,ସଜନା ସହ ବିଭିନ୍ନ ପନିପରିବା ଚାଷ କରିବା କଥା । ସରକାର ଏଥି ପାଇଁ ମନରେଗା ଯୋଜନା ମାଧ୍ୟମ ରେ ୧୦ ହଜରା ଟଙ୍କା ସହାୟତା ପ୍ରଦାନ କରିବେ । ୧୦ ଟଙ୍କା ମଧ୍ୟରୁ ୬ ହଜାର ଟଙ୍କା ଶ୍ରମ ପାଇଁ ମହିଳା ଙ୍କ ବ୍ୟାଙ୍କ ଜମା ଖାତା କୁ ଆସିବ । ବାକି ୪ ହଜାର ଟଙ୍କା ର ଜରି ପଲିଥିନ୍ , ଚାରା , ସାର , ମଞ୍ଜୀ ଓ କୀଟନାଶକ ଔଷଧ ପ୍ରଦାନ କରାଯିବ । କିନ୍ତୁ ସୁଷମା ଜେନା ଓ ସୁରେଖା ଜେନା ମୋ ବଗିଚା ପାଇଁ କ୍ଷେତ୍ର ପ୍ରସ୍ତୁତ କରି ଚାରିପଟେ ବାଡ ନିର୍ମାଣ କରି କୃତ୍ରିମ ପାଣି କୁଣ୍ଡ ପାଇଁ ଗାତ ଖୋଳିଥିଲେ । ଉଦ୍ୟାନ ବିଭାଗ ରୁ ୨ ଗୋଟି କଦଳୀ ପୁଆ , ୨ ଗୋଟି ଲେମ୍ବୁ ଚାରା ଓ କିଛି ପନିପରିବା ମଞ୍ଜି ପ୍ରଦାନ କରାଯାଇଥିଲା ।
ସେ ଦୁହେଁ ମୋ ବଗିଚା ନିର୍ମାଣ ପାଇଁ ଶ୍ରମଦାନ କରି ଆଗ୍ରହ ର ସହ ଲାଗିପଡିଲେ । କିନ୍ତୁ ମନରେଗା ଯୋଜନା ର ପଞ୍ଚାୟତରେ କାର୍ଯ୍ୟ କରୁଥିବା ଗ୍ରାମ ରୋଜଗାର ସେବକ ମୋ ବଗିଚା କୁ ପରିଦର୍ଶନ କରିବାକୁ ଆସିଲେ ନାହିଁ । ତେଣୁ ଜିଓ ଟ୍ୟାଗ୍ ହୋଇ ପାରିଲା ନାହିଁ ହୀତାଧିକାରୀ ଙ୍କ ଜମା ବ୍ୟାଙ୍କ ଖାତା କୁ ଟଙ୍କା ଆସିଲା ନାହିଁ । ଏହି ପ୍ରକଳ୍ପ ୩ ବର୍ଷିଆ ଥିଲା କିନ୍ତୁ ଆର୍ଥିକ ସହାୟତା ଓ ସରକାରୀ କର୍ମଚାରୀ ଙ୍କ ଅସହଯୋଗ ଯୋଗୁଁ ମୋ ବଗିଚା ପନିପରିବା ପୁର୍ଣ୍ଣ ନହୋଇ ଅନାବନା ଘାସ ବଗିଚା ରେ ପରିଣତ ହୋଇଛି । ଯାହାଫଳ ରେ ଗୋଷ୍ଠୀ ସହାୟିକା ମାନେ ସହାୟକ ଦେଲେ ମଧ୍ୟ ଯୋଜନା ଦିଗହରା ହୋଇପଡିଛି । ଏ ସର୍ମ୍ପକେ ରଣପୁର ବ୍ଲକ ଜୀବିକା ମିଶନ୍ ପରିଚାଳିକା ଶୁଶ୍ରୀ ସଂଗିତା ଦାସ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ରଣପୁର ବ୍ଲକ ତରଫରୁ ଗତ ବର୍ଷ ନୟାଗଡ ପ୍ରକଳ୍ପ ନିର୍ଦେଶକ ଙ୍କ କାର୍ଯ୍ୟାଳୟ କୁ ୨୯୦୦ ହିତାଧିକାରିଣୀ ଚିହ୍ନଟ କରି ମନରେଗା ଯୋଜନା ରେ ନାମ ପଠାଯାଇଥିଲା । ହିତାଧିକାରିଣୀ ମାନେ ଠିକ୍ ସମୟରେ ଆର୍ଥିକ ସହାୟତା ନ ପାଇବାରୁ ଆମ୍ଭେମାନେ କ୍ଷେତ୍ର ପରିଦର୍ଶନ ପାଇଁ ଯିବା ସମୟରେ ଆକ୍ରୋଶ ର ଶୀକାର ହେଉଛୁ । ଚଳିତ ବର୍ଷ ନୂଆ ଯୋଜନା କରିବା ପାଇଁ ମହିଳା ଗୋଷ୍ଠୀ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଏ ସର୍ମ୍ପକେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ୠିତୁପର୍ଣ୍ଣା ମହାପାତ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ମୁଁ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଅଛି । ତେଣୁ କାହିଁକି ଆର୍ଥିକ ସହାୟତା ପାଇବାରେ ବିଳମ୍ବ ଘଟିଛି ତାହା ତଦାରଖ କରିବି । ଆଲୋଚନା ହେଉଛି ମହିଳା ମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାରେ ବିଳମ୍ବ ଯୋଗୁଁ ଯୋଜନା ପ୍ରତି ଆଗ୍ରହ ପରିଲକ୍ଷିତ ନହେବା ଯୋଗୁଁ ଯୋଜନା ଦିଗହରା ହୋଇପଡିଛି ।