Home ଓଡ଼ିଶା ରଣପୁର ବ୍ଲକ୍ ସମିତିର ସ୍ୱତନ୍ତ୍ର ବୈଠକ

ରଣପୁର ବ୍ଲକ୍ ସମିତିର ସ୍ୱତନ୍ତ୍ର ବୈଠକ

56

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୯-ଗତ ୨୦୨୦ ମସିହା ମାର୍ଚ୍ଚ ମାସଠାରୁ ନୟାଗଡ ଜିଲ୍ଲା ରଣପୁର ପଂଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇପାରିନଥିଲା । ସେପ୍ଟେମ୍ବର ୩ ତାରିଖ ଦିନ ସମସ୍ତ କୋଭିଡ୍ କଟକଣା ସାମାଜିକ ଦୁରତ୍ୱକୁ ଆଧାର କରି ରଣପୁର ପଂଚାୟତ ସମିତିର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ କେନ୍ଦ୍ର ସରକାରଙ୍କର ପଂଚଦଶ ଅର୍ଥ ଓ ରାଜ୍ୟ ସରକାରଙ୍କର ପଂଚମ ଅର୍ଥ ବିନିଯୋଗ ପାଇଁ ଆଲୋଚନା ହୋଇଥିଲା । ପ୍ରତି ଗ୍ରାମ ପଂଚାୟତରୁ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳ ଆସନ୍ତା ସୋମବାର ମଧ୍ୟରେ ଆସିବା ପାଇଁ ଏହି ସ୍ୱତନ୍ତ୍ର ବୈଠକର ଆହୁତ କରାଯାଇଥିଲା । ବୈଠକରେ ରଣପୁର ପଂଚାୟତ ସମିତିର ୩୭ଗୋଟି ଗ୍ରାମ ପଂଚାୟତରୁ ପଂଚାୟତିରାଜ ନିର୍ବାଚିତ ସରପଂଚ, ସରପଂଚା, ସମିତି ସଭ୍ୟ ଓ ସମିତି ସଭ୍ୟାମାନେ ଯୋଗ ଦେଇଥିଲେ ।

ରଣପୁର ବ୍ଲକ୍ ଅଧ୍ୟକ୍ଷା ନିରୁପମା ପ୍ରଧାନ ସଭା ପରିଚାଳନା କରିଥିଲେ । ବିଡିଓ ପଂଚାନନ ପଟ୍ଟାୟତ, ଅତିରିକ୍ତ ବିଡିଓ ରତନ ଲାଲ୍ ଲୋହରା, ବ୍ଲକ୍ ଉପାଧ୍ୟକ୍ଷ ପ୍ରଶାନ୍ତ ନାୟକ, ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ପ୍ରଭାତ କୁମାର ଦଳବେହେରା, ରଣପୁର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ନବକିଶୋର ବଇରିଗଂଜନ ଓ ରାଜସୁନାଖଳା ଜିଲ୍ଲା ପରିଷଦ ସଭ୍ୟା ଭୁବନେଶ୍ୱରୀ ସାହୁ ଯୋଗ ଦେଇଥିଲେ । କୋଭିଡ୍ ପରିଚାଳନାରେ ଆବଶ୍ୟକୀୟ ଫଣ୍ଡ୍ ର ଅଭାବ ଯୋଗୁଁ ଚମ୍ପାପେଡି ସରପଂଚ ନିର୍ମଳ କୁମାର ମତଗଜ ସିଂ ନିଜର ଅସହାୟତାକୁ ପ୍ରକାଶ କରିଥିଲେ । ଟି.ଏମ୍‌.ସି ସେଣ୍ଟର ପରିଚାଳନା ନେଇ ନିଜର ଅସହାୟତାର କ୍ଷୋଭ ପ୍ରକାଶ କରିଥିଲେ । ଏଥିସହ ପଂଚାୟତ ସମିତିର ଅନେକ ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.