Home ଅନୁଗୁଳ ତାଳବେଡା କୃଷ୍ଣଚନ୍ଦ୍ରପୁର ଶାସନରେ ରାଧାକୃଷ୍ଣ ଭାଗବତ ଟୁଙ୍ଗୀ ଉଦ୍‌ଘାଟିତ

ତାଳବେଡା କୃଷ୍ଣଚନ୍ଦ୍ରପୁର ଶାସନରେ ରାଧାକୃଷ୍ଣ ଭାଗବତ ଟୁଙ୍ଗୀ ଉଦ୍‌ଘାଟିତ

57

ତାଳଚେର,୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଭାଗବତ ଜନ୍ମ ଅବସରରେ ତାଳଚେର ବ୍ଲକ ତାଳବେଡା କୃଷ୍ଣଚନ୍ଦ୍ରପୁର ଶାସନରେ ଶ୍ରୀ ରାଧାକୃଷ୍ଣ ଭାଗବତ ଟୁଙ୍ଗୀର ଶୁଭ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭକ୍ତିମୟ ପରିବେଶ ମଧ୍ୟରେ କରୋନା କଟକଣା ମଧ୍ୟରେ ଏହି ଉଦ୍‌ଘାଟନ ଉତ୍ସବ ପାଳନ କରାଯାଇଥିଲା । ଭାଗବତ ଟୁଙ୍ଗୀର ସଦସ୍ୟମାନଙ୍କ ନିଜସ୍ୱ ଚେଷ୍ଟାରେ ନିର୍ମିତ ଏହି ଟୁଙ୍ଗିରେ ଦୈନିକ ଭାଗବତ ଆସର ହେବା ସହିତ ଗ୍ରାମକୁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଏହି ଟୁଙ୍ଗୀର ଆଗାମୀ ଦିନର କାର୍ଯ୍ୟପନ୍ଥା ହେବ ବୋଲି ଭାଗବତ ଟୁଙ୍ଗୀର ସଭାପତି ବିନୋଦ ଚନ୍ଦ୍ର ଆଚାର୍ଯ୍ୟ ଓ ସମ୍ପାଦକ ଗୌରୀ ମାଧବ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ଏହି ଉଦ୍‌ଘାଟନ ଉତ୍ସବରେ ଟୁଙ୍ଗୀର ସଦସ୍ୟ ଗିରିଶ ଚନ୍ଦ୍ର ମିଶ୍ର,ଶ୍ରୀକାନ୍ତ ଆଚାର୍ଯ୍ୟ,ଅଶୋକ କୁମାର ଆଚାର୍ଯ୍ୟ, ବିରଂଚି ନାରାୟଣ ଆଚାର୍ଯ୍ୟ,ମନୋରଞ୍ଜନ ଆଚାର୍ଯ୍ୟ,ସୁଶାନ୍ତ ଆଚାର୍ଯ୍ୟ, ଅଞ୍ଜନ ଆଚାର୍ଯ୍ୟ,ସଞ୍ଜୟ କୁମାର ଶତପଥି ପ୍ରମୁଖ ଯୋଗ ଦେଇ ସକ୍ରୀୟ ସହଯୋଗ କରିଥିଲେ । ଭବିଷ୍ୟତରେ ଏହି ଭାଗବତ ଟୁଙ୍ଗୀ ପାଇଁ କିଛି ସରକାରୀ ସହାୟତା ମିଳିଲେ ତେବେ ଏଠାରେ ଆଗକୁ ଭାଗବତ ଆସର ଓ ପ୍ରସାର ଅଧିକ ହୋଇପାରିବ ବୋଲି ସଭାପତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.