Home ଜିଲ୍ଲା ପରିକ୍ରମା ରଣପୁର ବ୍ଲକରେ ବିଜେପି ଅଧ୍ୟକ୍ଷା ନିର୍ମଳାଙ୍କ ବାଜିମାତ୍‌

ରଣପୁର ବ୍ଲକରେ ବିଜେପି ଅଧ୍ୟକ୍ଷା ନିର୍ମଳାଙ୍କ ବାଜିମାତ୍‌

76

ନୟାଗଡ଼ ୧୨/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରଣପୁର ବ୍ଲକ ଅଧ୍ୟକ୍ଷ ପଦକୁ ହାତେଇ ନେଲେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀନୀ ନିର୍ମଳା ବେହେରା। କନ୍ଧନୟାଗଡ ଗ୍ରାମପଞ୍ଚାୟତର ସମିତି ସଭ୍ୟ ଭାବେ ବିଜୟ ଲାଭ କରିଥିଲେ ନିର୍ମଳା। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପ୍ରଭାତ କୁମାର ଦଳବେହେରାଙ୍କୁ ୨୧/୧୬ ଭାଟ ବ୍ୟବଧାନରେ ପରାସ୍ତ କରିଥିବା ଜଣାପଡିଛି। ରଣପୁର ବ୍ଲକ ଅଧକ୍ଷ ନିର୍ବାଚନ ଏକ ରୋଚକ ମୋଡରେ ଥିଲା। ଭାରତୀୟ ଜନତା ପାର୍ଟି ଶିବିର ରୁ ୧୮ ଜଣ ପ୍ରାର୍ଥୀ ଏକକାଳୀନ ଭୋଟ ଦେବାକୁ ଯାଇଥିଲେ। ବିଜୁ ଜନତା ଦଳ ର ୧୯ ଜଣ ପ୍ରାର୍ଥୀ ଭୋଟ ଦେବାକୁ ଯାଇଥିଲେ।

ବିଜୁ ଜନତା ଦଳର ଅନେକ ଟାଣୁଆ ପ୍ରାର୍ଥୀଙ୍କୁ ପ୍ରଭାତ ଦଳବେହେରା ଚକ୍ରାନ୍ତ କରି ହରାଇ ଦେଇଥିବା ତାଙ୍କ ନାମରେ ଅଭିଯୋଗ ହୋଇ ଆସୁଥିଲା। ଯାହାଦ୍ୱାରା କି ପ୍ରଭାତ ଦଳବେହେରାଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ଅସନ୍ତୋଷର ଫଳ ସ୍ୱରୂପ ୩ ଜଣ ସମିତି ସଭ୍ୟ କ୍ରାସ ଭୋଟିଙ୍ଗ କରିଥିବା ଯୋଗୁଁ ଦଳ ପରାଜୟର ସ୍ୱାଦ ଚାଖିଥିବା ଆଲୋଚନା ହେଉଛି। ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବ୍ଲକ ଦଖଲ କରିଥିବା ଯୋଗୁଁ ଚଳିତ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ନିର୍ବାଚନ ଉପରେ ପ୍ରଭାବ ପଡିପାରେ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.