Home ଜିଲ୍ଲା ପରିକ୍ରମା ରଣପୁର ବ୍ଲକରେ ନାମାଙ୍କନ ପ୍ରଥମ ଦିବସ : ୯ ସରପଞ୍ଚ, ୧ ସମିତି ସଭ୍ୟ ଓ...

ରଣପୁର ବ୍ଲକରେ ନାମାଙ୍କନ ପ୍ରଥମ ଦିବସ : ୯ ସରପଞ୍ଚ, ୧ ସମିତି ସଭ୍ୟ ଓ ୨୩ ୱାର୍ଡ ସଭ୍ୟଙ୍କ ନାମାଙ୍କନ ପତ୍ର ଦାଖଲ

102

ନୟାଗଡ ୧୭/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ଦିବସରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ରଣପୁର ବ୍ଲକରେ ୩୭ ଗୋଟି ଗ୍ରାମ ପଞ୍ଚାୟତରେ ୩୭ ସରପଞ୍ଚ, ୩୭ ସମିତି ମେମ୍ବର ଓ ୫୧୭ ୱାର୍ଡ ମେମ୍ବର ପାଇଁ ନିର୍ବାଚନ ହେଉଛି। ନାମାଙ୍କନର ପ୍ରଥମ ଦିବସରେ ସରପଞ୍ଚ ପ୍ରାର୍ଥୀ ପାଇଁ ତାଳକଣି ରୁ ୧ଜଣ ପ୍ରଦୀପ ସାମନ୍ତରାୟ, ବୃନ୍ଦାବନପୁର ରୁ ୧ ଜଣ, ସୁନାଖଳାରୁ ୩ ଜଣ, ସୁରୁକାବାଡିରୁ ୧ ଜଣ, ଚମ୍ପାଗଡରୁ ୨ ଜଣ ଓ ମଝିଆଁଖଣ୍ଡରୁ ୧ଜଣ ସମୁଦାୟ ୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ସୂଚନା ମିଳିଛି। ସେହିଭଳି ଭାବରେ କୁଳାସର ଗ୍ରାମପଞ୍ଚାୟତ ରୁ ସମିତି ମେମ୍ବର ପାଇଁ ନୁରୁଜାହାନ୍‌ ବିବି ନାମକ ଜଣେ ମହିଳା ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ୫୧୭ ୱାର୍ଡ ମମ୍ବେର ପଦବୀ ପାଇଁ ନିର୍ବାଚନ ହେଉଥିବା ବେଳେ ମାତ୍ର ୨୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ସେହିଭଳି ଭାବରେ ରଣପୁର ନିର୍ବାଚନ ମଣ୍ଡଳୀର ୬ ଗୋଟି ଜିଲ୍ଲା ପରିଷଦ ପଦବୀ ମଧ୍ୟରୁ କେବଳ ଶରଣକୁଳ ପାଇଁ ଜଣେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି।

୩୭ ଗୋଟି ଗ୍ରାମପଞ୍ଚାୟତରେ ନିର୍ବାଚନ ଅଧିକାରୀମାନେ ନିଯୁକ୍ତି ପାଇଛନ୍ତି। ପ୍ରତି ଗ୍ରାମପଞ୍ଚାୟତରେ ଏକାଧିକ ଦଳୀୟ ସମର୍ଥିତ ପ୍ରାର୍ଥୀ ଶାସକ ଦଳରେ ଦେଖିବାକୁ ମିଳୁଛି। ଯାହାକୁ ନେଇ ଏବେବି ଅଙ୍କକଷା ଚାଲିଥିବା ଜଣାପଡିଛି। ବିରୋଧି ଦଳ କିଛି ପ୍ରାର୍ଥୀ ସ୍ଥିର କରିଥିଲେ ମଧ୍ୟ ଶାସକ ଦଳ ଅଙ୍କକଷା ଫଳାଫଳକୁ ଅପେକ୍ଷା କରି ପ୍ରାର୍ଥୀ ଆପଣେଇବା ଅପେକ୍ଷାରେ ରହିଥିବା ଆଲୋଚନ ହେଉଛି। ରଣପୁର ବ୍ଲକ ଅଂଚଳରେ ବିଜେପି, ବିଜେଡି, କଂଗ୍ରେସ ଓ ସିପିଆଇ(ଏମ୍‌) ସମର୍ଥିତ ପ୍ରାର୍ଥୀ ଚୟନ ପାଇଁ କସରତ ଜାରି ରଖିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.