Home Top News ଆବୁଧାବିରେ ଡ୍ରୋନ୍ ଆକ୍ରମଣ – ୩ ମୃତ ୬ ଆହତ, ଭାରତୀୟଙ୍କର ମୃତ୍ୟୁ

ଆବୁଧାବିରେ ଡ୍ରୋନ୍ ଆକ୍ରମଣ – ୩ ମୃତ ୬ ଆହତ, ଭାରତୀୟଙ୍କର ମୃତ୍ୟୁ

145

ନୂଆ ଦିଲ୍ଲୀ ୧୭-୧ (ଓଡ଼ିଆ ପୁଅ) ଇରାନ ସମର୍ଥିତ ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ଆବୁଧାବିରେ ‘ଡ୍ରୋନ୍ ଆକ୍ରମଣ’ରେ ତିନି ମୃତ ଓ ୬ ଜଣ ଆହତ ହୋଇଛନ୍ତି। ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ବିସ୍ପୋରଣ ଘଟିଛି ଏବଂ ପେଟ୍ରୋଲ ସଂରକ୍ଷଣ ସ୍ଥାନରେ ତୈଳ ଟ୍ୟାଙ୍କର ବିସ୍ଫୋରଣ ହୋଇଛି।

ପୋଲିସ କହିଛି ଯେ ଆବୁଧାବିର ମୁଖ୍ୟ ଅନ୍ତର୍ଜାତୀୟ ବିମାନବନ୍ଦରର ସମ୍ପ୍ରସାରଣରେ ବିସ୍ପୋରଣ ଘଟିଛି।

ତୈଳ କମ୍ପାନୀର ଷ୍ଟୋରେଜ୍ ସୁବିଧା ନିକଟରେ ତିନୋଟି ଇନ୍ଧନ ଟ୍ୟାଙ୍କର୍ ଟ୍ରକ୍ ବିସ୍ଫୋରଣ ହୋଇଥିଲା।

ଇନ୍ଧନ ଟ୍ରକ ବିସ୍ଫୋରଣ ହେବା ପରେ ଜଣେ ପାକିସ୍ତାନୀ ଏବଂ ଦୁଇ ଭାରତୀୟଙ୍କ ମୃତ୍ୟୁ ଘଟିଛି।

ପୋଲିସ କହିଛି ଯେ ପ୍ରାଥମିକ ଅନୁସନ୍ଧାନରେ ଛୋଟ ଉଡ଼ନ୍ତା ବସ୍ତୁର ଚିହ୍ନଟ ହୋଇଛି, ଯାହା ସମ୍ଭବତଃ ଡ୍ରୋନର ଅଟେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.