Home ଓଡ଼ିଶା ରଣପୁର ବି ଡି ଓ ଙ୍କ ଦ୍ୱାରା ବିଜୁ ସ୍ମାର୍ଟକାର୍ଡ ବଣ୍ଟନ

ରଣପୁର ବି ଡି ଓ ଙ୍କ ଦ୍ୱାରା ବିଜୁ ସ୍ମାର୍ଟକାର୍ଡ ବଣ୍ଟନ

48

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୧୨- ସାରା ରାଜ୍ୟରେ ଗରିବ ନିରିହ ମାନଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନୂଆରୂପରେ ବିଜୁ ସ୍ମାର୍ଟକାର୍ଡ ପ୍ରଦାନ କରାଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ଡିସେମ୍ବର ରେ ନୟାଗଡ ଜିଲ୍ଲାରେ ଶୁଭାରମ୍ଭ କରିବା ପରେ ରଣପୁର ବ୍ଲକରେ ୨ ଦିନଧରି ବିଧାୟକଙ୍କ ମାଧ୍ୟମରେ ବିଜୁ ସ୍ମାର୍ଟକାର୍ଡ ବଣ୍ଟନ କରାଯାଉଥିଲା । ଯାହାକୁ ନେଇ ସ୍ମାର୍ଟକାର୍ଡ ବଣ୍ଟନ କୁ ରାନିତିକରଣ କରାଯାଉଛି । ବୋଲି ବିରୋଧି ଅଭିଯୋଗ କରୁଥିଲେ  । କିନ୍ତୁ ଆଗକୁ ପଞ୍ଚାୟତ ନିର୍ବାଚନ ର ଆଚରଣ ବିଧି ଲାଗୁ ହେବାକୁ ଥିବାରୁ ତାହା ପୁର୍ବରୁ ସ୍ମାର୍ଟକାର୍ଡ ବଣ୍ଟା ଯିବାପାଇଁ ପ୍ରଶାସନିକ ସ୍ଥରରୁ ନିର୍ଦେଶ । ତେଣୁ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର ଡିସେମ୍ବର ୧୬ ତାରିଖରେ ୬ ଗୋଟି ଗ୍ରାମ ପଞ୍ଚାୟତରେ ସ୍ମାର୍ଟକାର୍ଡ ବଣ୍ଟନ କରିଥିବା ଜଣାପଡିଛି ।

ମୟୁରଝାଲିଆ ଗ୍ରାମପଞ୍ଚାୟତରେ ସରପଞ୍ଚ ଛବିରାଣି ବିଶୋଇ , ଗ୍ରାମପଞ୍ଚାୟତ ଅଧିକାରୀ ସୁବାଷ ଚନ୍ଦ୍ର ସେଠି , ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରି ବିଭୁତି ଭୂଷଣ ପରିଡା , ଗ୍ରାମ ରୋଜଗାର ସେବିକା ପୈାର୍ଣ୍ଣମାସୀ ଆଚାର୍ଯ୍ୟ , ଅଙ୍ଗନାବାଡି କର୍ମୀ ଓ ଶିକ୍ଷକ ମାନେ ସହଯୋଗ କରିଥିଲେ । ସେହିଭଳି ଭାବରେ ଜଙ୍କିଆ , ଝାଡପଡା, କେରଣ୍ଡାଟାଙ୍ଗି , ଚମ୍ପାଗଡ , ଚାନ୍ଦପୁର ଓ କନ୍ଧନୟାଗଡ ପଞ୍ଚାୟତରେ ବିଜୁ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଥିବା ଜଣାପଡିଛି । ରଣପୁର ବ୍ଲକ ଯୋଗାଣ ଅଧିକାରୀ ଚନ୍ଦ୍ର ଶେଖର ନାହାକ ନୋଡାଲ୍ ଅଫିସରଙ୍କୁ ପଚାରିବାରେ କୁହନ୍ତି ଯେ ଏପର୍ଯ୍ୟନ୍ତ ୨୦ ଟି ଗ୍ରାମପଞ୍ଚାୟତରେ ୪୭୯୫ ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ ସରିଛି । ରଣପୁର ବିଜ୍ଞାପିତ ଅଂଚଳ ପରିଷଦରେ ୧୧୮୮ ଟି କାର୍ଡ ବଣ୍ଟନ ସରିଛି । ସର୍ବମୋଟ ୫୯୮୩ କାର୍ଡ ବଣ୍ଟନ ସରିଥିବା ବେଳେ ୨ ଦିନ ଭିତରେ ଆଉ ୧୭ ଗୋଟି ଗ୍ରାମପଞ୍ଚାୟତ ରେ ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.