Home ଓଡ଼ିଶା ରଣପୁର ପୁରପଲ୍ଲୀରେ ଘରେ ଘରେ ମାଣବସା ଅନୁଷ୍ଠିତ

ରଣପୁର ପୁରପଲ୍ଲୀରେ ଘରେ ଘରେ ମାଣବସା ଅନୁଷ୍ଠିତ

74

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୧୨- ହିନ୍ଦୁ ସଂସ୍କୃତି ଓ ପରମ୍ପରା ଅନୁଯାଇ ପ୍ରତ୍ୟେକ ବର୍ଷ ଧାନ ଅମଳ ସମୟରେ ମାଣବସା ପୂଜା ଅନୁଷ୍ଠିତ ହୋଇଥାଏ । କୋଭିଡ୍ କଟକଣା ଯୋଗୁଁ ଗତ ୨ ବର୍ଷହେଲା ମାଣବସା ଫିକା ପଡିଥିଲା । ଚଳିତ ବର୍ଷ କଟକଣା କୋହଳ ଥିବାବେଳେ ଅଦିନିଆ ବର୍ଷା ଯୋଗୁଁ ପାଚିଲା ଧାନ ଧାନଜମିରେ ଗଜା ହେଉଥିବା ଯୋଗୁଁ ପ୍ରତ୍ୟେକ କୃଷକ ପରିବାର ବର୍ଷ ଯାକର ଖାଦ୍ୟ କ୍ଷତି ହୋଇଥିବା ଯୋଗୁଁ ମନଦୁଃଖରେ । ତଥାପି ଘରେ ଘରେ କେବଳ ନିତିକାନ୍ତିରେ ମାଣବସା ଅନୁଷ୍ଠିତ ହୋଇଯାଇଅଛି ।

ପ୍ରତ୍ୟେକ ହିନ୍ଦୁ କୃଷକ ପରିବାରରେ ମହିଳା ମାନେ ବୁଧବାର ଠାରୁ ମାଣଧୋଇ ମାଣରେ ଚିତା ଦେବା ସହ ଘରେ ଘରେ ଦାଣ୍ଡ ଠାରୁ ବାଡି ପର୍ଯ୍ୟନ୍ତ ଚିତା ଦେଇଥିବା ଜଣାପଡିଛି । ବିଭିନ୍ନ ହିନ୍ଦୁଘର ର ପିଠା ଠାରୁ ଛେନା ପଣା ପର୍ଯ୍ୟନ୍ତ ପ୍ରସ୍ତୁତି କରି ପୂଜା କରିଥାନ୍ତି । ମାଣରେ ଧାନ ଭତ୍ତିକରି କୁଞ୍ଚାରେ ବିରି ,କଣ୍ଟେଇ କୋଳି ପୁର୍ଣ୍ଣ କରି ବିଭିନ୍ନ ଫୁଲରେ ସୁସଯିତ କରିଥାନ୍ତି । ଧାନ ମେଣ୍ଟି ର ଶୋଭା ସାଙ୍ଗକୁ ମୂଳାଗଛ , ଆଖୁଗଛ ରଖିବା ଯୋଗୁଁ ଶୋଭାକୁ ଦ୍ୱିଗୁଣିତ କରିଥାଏ । ପରିବାର ରେ ପବିତ୍ରତା ଓ ସ୍ୱଚ୍ଛତା ଏପରି ହୋଇଥାଏ ଯେ ସତେ ଯେପରି ଘରକୁ ମା ଲକ୍ଷ୍ମୀ ବିରାଜମାନ କରିଛନ୍ତି । ତଥାପି ଫିକା ଫିକା ରେ କୃଷକ ପରିବାରରେ ମାଣବସା ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.