Home ଓଡ଼ିଶା ରଣପୁର ବିଧାୟକ ଙ୍କ ପୋଷ୍ୟ ବଜେନ୍ଦ୍ର ନୋଡାଲ ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ

ରଣପୁର ବିଧାୟକ ଙ୍କ ପୋଷ୍ୟ ବଜେନ୍ଦ୍ର ନୋଡାଲ ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ

42

ନୟାଗଡ/୨୪/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରଣପୁର ରାଜା ବଜେନ୍ଦ୍ର ଚନ୍ଦ୍ର ସିଂହଦେଓ ରଣପୁର ରେ ଏକ ଉଚ୍ଚ ବିଦ୍ୟାଳୟ ଆରମ୍ଭ କରିଥିଲେ । ଯାହାର ନାମ ରଖା ଯାଇଥିଲା ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ । ବର୍ତ୍ତମାନ ବିଦ୍ୟାଳୟ ମିଶ୍ରଣ ପର୍ବ ପରେ ଏହାର ନାମ ବଜେନ୍ଦ୍ର ଚନ୍ଦ୍ର ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଭାବରେ ପରିଚିତ ହେଉଅଛି । ଏହି ବିଦ୍ୟାଲୟ କୁ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଗତ ଫେବୃୟାରୀ ୨୦୨୧ ରେ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିଲେ । ମାର୍ଚ୍ଚ ୨୪ ତାରିଖରେ ବିଧାୟକ ଉଚ୍ଚ ବିଦ୍ୟାଲୟ ରେ ପହଂଚି ଶତକଡା ୮୦ ଭାଗ ରୁ ଉର୍ଦ୍ଧ ନମ୍ବର ରଖିଥିବା ଓ ଶତକଡା ୭୦ ଉପସ୍ଥାନ ରହିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏଥିସହ କୋଭିଡ୍ କଟକଣା ଚାଲିଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପୋଷାକ ଓ ଜୋତା ବଣ୍ଟନ କରିଥିବା ଜଣାପଡିଛି । ଏହି ଉତ୍ସବ ରେ ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ , ବଜେନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ର ଆଲୁମନି କମିଟିର ସଭାପତି ନବ କିଶୋର ରାୟ ଓ ଉଚ୍ଚ ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ମାଧବ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ବିଦ୍ୟାଲୟ ର ପ୍ରଧାନ ଶ୍ରୀକ୍ଷୟତ୍ରୀ ବନଲତା ବେହେରା ଉତ୍ସବ କୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.