Home ଓଡ଼ିଶା ବିଶ୍ୱ ଯକ୍ଷ୍ମା ଦିବସରେ ଚାନ୍ଦପୁର ରେ ଯକ୍ଷ୍ମାରୋଗ ହଟାଇବା ଶପଥ ପାଠ

ବିଶ୍ୱ ଯକ୍ଷ୍ମା ଦିବସରେ ଚାନ୍ଦପୁର ରେ ଯକ୍ଷ୍ମାରୋଗ ହଟାଇବା ଶପଥ ପାଠ

98

ନୟାଗଡ/୨୪/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ଦେଶରେ ଯକ୍ଷ୍ମା ରୋଗ ନିରାକରଣ ପାଇଁ ଜନସଚେତନତା ସ୍ୱରୂପ ମାର୍ଚ୍ଚ ୨୪ ତାରିଖ କୁ ବିଶ୍ୱ ଯକ୍ଷ୍ମା ଦିବସ ଭାବେ ପାଳନ କରାଯାଉଅଛି । ନୟାଗଡ ଜିଲ୍ଲା ରଣପୁର ରାଜମାତା ବସନ୍ତ ମଞ୍ଜରୀ ଦେବୀ ପ୍ରଥମ ନାରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲା ବେଳେ ଏକ ବିଶ୍ୱ ସ୍ଥରୀୟ ଯକ୍ଷ୍ମା ନିବାସ ରଣପୁର ଚାନ୍ଦପୁର ଠାରେ ନିର୍ମାଣ କରିଥିଲେ । ଏହି ଯକ୍ଷ୍ମା ନିବାସ ଏବେ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ଭାବରେ ପରିଚିତ । ଏହି ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ସୁପରିଟେଣ୍ଡେଡ ବି.ଏସ୍‌.ରାଓ ଓ ସୂର୍ଯ୍ୟ ନାରାୟଣ ବେହେରା ସମସ୍ତ ସ୍ୱାସ୍ଥ୍ୟ କର୍ମୀସେବକ ସେବିକା ମାନଙ୍କୁ ନେଇ ବିଶ୍ୱରୁ ଯକ୍ଷ୍ମାରୋଗ ହଟାଇବା ପାଇଁ ଶପଥ ପାଠ କରାଇଥିବା ଜଣାପଡିଛି ।

ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ର ଙ୍କ ସୂଚନା ଅନୁଯାଇ ସଚେତନତା ପାଇଁ ଏକ ରଥ ବୁଲାଜିବା ସହ ଓଠା ଦହିବରା, ଗୁପ୍‌ଚୁପ୍ ଓ ପାନ ଦୋକାନୀ ମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଚାର କରିବା ପାଇଁ  ବଡ ଛତା ପ୍ରଦାନ କରାଯାଇଛି । ଯକ୍ଷ୍ମା ରୋଗର ସାଧାରଣ ଲକ୍ଷଣ ଦେଖାଦେଲେ ନିକଟସ୍ଥ ଡାକ୍ତର ଙ୍କ ସହ ପରାମର୍ଶ କରି ଚିକିସିôତ ହେବାପାଇଁ ପରାମର୍ଶ ଦିଆଯାଇଛି । ଯାହାଫଳରେ ଦେଶରୁ ଯକ୍ଷ୍ମା ରୋଗ ହଟାଯାଇ ପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.