Home ଓଡ଼ିଶା ରଣପୁର ବିଧାୟକ ଙ୍କ ଦ୍ୱାରା ମାରାଥନ୍ ଶିଳାନ୍ୟାସ

ରଣପୁର ବିଧାୟକ ଙ୍କ ଦ୍ୱାରା ମାରାଥନ୍ ଶିଳାନ୍ୟାସ

88

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୧୨- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଦ୍ୱାରା ଶିଳାନ୍ୟାସ ପରେ ଶିଳାନ୍ୟାସ ବ୍ୟାପକ କରାଯାଇଥିବା ଜଣାପଡିଛି । ରଣପୁରରେ ୬୧୮.୩୦ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ବହୁମୁଖି ଅନ୍ତର୍ବାସୀ କ୍ରୀଡାଙ୍ଗନ ପାଇଁ ବିଧାୟକ ଅନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଥିବା ଜଣାପଡିଛି । ପୁର୍ବରୁ ଡିସେମ୍ବର ୧୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପାଠପଢା ସହିତ କ୍ରୀଡାର ବିକାଶ ହେଲେ ଦେଶ ତଥା ରାଜ୍ୟର ବିକାଶ ଓ ଉନ୍ନତି ହେବ ବୋଲି କହି ଭର୍ଚ୍ୟୁଆଲ୍ ମାଧ୍ୟମରେ ଶିଳାନ୍ୟାସ କରିଥିଲେ ।

ସେହିଭଳି ଭାବରେ ବିଧାୟକ ୨୦ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ତଲ ମଣିନାଗ ମନ୍ଦିର ର ଉନ୍ନତି କରଣ ପାଇଁ ଶିଳାନ୍ୟାସ , ତଳମଣିନାଗ ପୀଠରେ ପିଲାଙ୍କ ପାଇଁ ୭୫ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ଏକ ପାର୍କ ପାଇଁ ଶିଳାନ୍ୟାସ  ଓ  ରଣପୁର ଚମ୍ପାତୋଠ ଠାରେ ଥିବା ଶ୍ମଶାନ ର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଥିବା ଜଣାପଡିଛି । ଏଥିରେ ରଣପୁର ବିଜ୍ଞାପିତ ଅଂଚଲ ପରିଷଦ କାର୍ଯ୍ୟନିର୍ବାହୀ ତାପସ ବିଶି , ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଦୟାନିଧି ରାୟଗୁରୁ , ରଣପୁର ବ୍ଲକ ପୁର୍ବତନ ଅଧ୍ୟକ୍ଷ ଇ.ଦେବାଶିଷ ପଟ୍ଟନାୟକ , ପୁର୍ବତନ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ସବିତା ଦାସ , ରଶ୍ମିତା ମାଝି , କମଳାକ୍ଷୀ ଦେବଦର୍ଶିନୀ , ଜୟନ୍ତି ମହାରଣା , ଯୁବ ସଂଗଠକ ଲିଙ୍ଗରାଜ ନାୟକ , କୈଳାସ ପ୍ରଧାନ ଓ ଅନେକ ଯୁବକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.