Home ଓଡ଼ିଶା ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ

ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ

66

ନୟାଗଡ(ଓଡିଆ ପୁଅ/ଦେବୀପ୍ରାସାଦ ଆଚାର୍ଯ୍ୟ)/୩୦/୧୧- ନୟାଗଡ ଜିଲ୍ଲାର ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର  ଉନ୍ନୟନ କାର୍ଯ୍ୟ ସର୍ମ୍ପକରେ ରଣପୁର ବ୍ଲକରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି ।  ଏଥିରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ , ନୟାଗଡ ଜିଲ୍ଲାପାଳ ଡ.ପୋମାଟୁଡୁ , ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ପ୍ରଭାତ କୁମାର ଦଳବେହେରା , ପ୍ରକଳ୍ପ ନିର୍ଦେଶକ ବିଧାନ ଚନ୍ଦ୍ର ରାୟ ,

ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର , ରଣପୁର ବ୍ଲକ ଅଧ୍ୟକ୍ଷା ନିରୂପମା ପ୍ରଧାନ ଙ୍କ ସହ ସମସ୍ତ ଲାଇନ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ । ସମୀକ୍ଷା ପରେ ଅଟକିଥିବା ଉନ୍ନୟନ କାର୍ଯ୍ୟଗୁଡିକୁ ତ୍ୱରାନିତ କରିବା ପାଇଁ ବିଧାୟକ ସତ୍ୟନାରାୟଣ ପ୍ରଧାନ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଶାନ୍ତି ଶୃଙ୍ଖଳା ସହ  ସମୀକ୍ଷା ବୈଠକ ଶେଷ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.