Home ଓଡ଼ିଶା କୋଟିଏ ଟଙ୍କାର ବିସ୍ପୋରକ ସହ ୭ କମ୍ପ୍ରେସର  ଜବତ ୧୬ ଗିରଫ

କୋଟିଏ ଟଙ୍କାର ବିସ୍ପୋରକ ସହ ୭ କମ୍ପ୍ରେସର  ଜବତ ୧୬ ଗିରଫ

66

ନୟାଗଡ(ଓଡିଆ ପୁଅ/ଦେବୀପ୍ରାସାଦ ଆଚାର୍ଯ୍ୟ)/୩୦/୧୧- ନୟାଗଡ ଜିଲ୍ଲା ରଣପୁର ତହସିଲ ଅର୍ନ୍ତଗତ କୋଇଲମା ମୈାଜାରେ ବେଆଇନ ବିସ୍ପୋରଣକୁ ନେଇ ଆନ୍ଦୋଳନ ଚାଲିଥିଲା । ବୃନ୍ଦାବନପୁର ଓ ଲୋଧାଚୁଆ ଜଙ୍ଗଲ ଓ ପରିବେଶ ସୁରକ୍ଷା କମିଟି ତରଫରୁ  ରାଜସୁନାଖଳା ଚାନ୍ଦପୁର ରାସ୍ତା ଡିସେମ୍ବେର ୨ ତାରିଖ ରୁ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ ଡାକରା ଦିଆଯାଇଥିଲା । ପ୍ରଶାସନିକ ଶିଥିଳତା କୁ ଦୋଷାରୋପ କରାଯାଉଥିଲା । ରଣପୁର ଥାନା ନିରୀକ୍ଷକ ଶାରିରୀକ ଅସୁସ୍ଥତା ଯୋଗୁଁ ଛୁଟିରେ ଯାଇଥିଲେ ।

ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ରଣପୁର ଥାନା ଦାଇତ୍ୱ ରେ ରହିବା ପରେ ନଭେମ୍ବର ୩୦ ତାରିଖ ମଧ୍ୟାନ୍ନରେ କୋଇଲମା ମୈାଜାର ୪ ଗୋଟି ପଥର ଖଣି ଉପରେ ଚଢାଉ କରିଥିଲେ । ଚଢାଉରେ ୧ କୋଟି ରୁ ଉର୍ଦ୍ଧ ଟଙ୍କାର ବିସ୍ପୋରକ , ୬ ଗୋଟି କମ୍ପ୍ରେସର ସଂଯୁକ୍ତ ଟ୍ରାକ୍ଟର , ଗୋଟିଏ ସ୍ୱଂୟ ଚାଳିତ କମ୍ପ୍ରେସର ଜବତ କରିବା ସହ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଏହା ଫଳରେ ସରକାରଙ୍କୁ ରାଜସ୍ୱ ଦେଉଥିବା ଖଣି ମାଲିକମାନେ ଭୟଭିତ ହୋଇପଡିଛନ୍ତି । ବିସ୍ପୋରଣ ନହେଲେ କିଭଳି ପଥର ଉତ୍ତୋଳନ କରାଯିବ ସେହି ଚିନ୍ତାରେ ନିଲାମଧାରୀ । ଅପରପକ୍ଷେ ପୋଲିସ ପ୍ରଶାସନର ପଦକ୍ଷେପ କୁ ଆନ୍ଦୋଳନ ଡାକରା ଦେଇଥିବା ଲୋକମାନେ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.