Home ଓଡ଼ିଶା ରଣପୁର ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ୧୯୮୧ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ

ରଣପୁର ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ୧୯୮୧ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ

70

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୦୧-  ନୟାଗଡ ଜିଲ୍ଲା ରଣପୁରରେ ରାଜରାଜୁଡା ଅମଳରୁ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଚାଲିଅଛି । ବର୍ତ୍ତମାନ ପରିବର୍ତ୍ତିତ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଭାବେ ଚାଲୁଅଛି । ଏହି ବିଦ୍ୟାଳୟରେ ୧୯୮୧ ମସିହାରେ ଅଧ୍ୟୟନ କରୁଥିବା ଛାତ୍ରମାନେ ଜାନୁଆରୀ ୯ ତାରିଖ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଶିମିଳି ଠାକୁରାଣୀ ଙ୍କ ଠାରେ ବନ୍ଧୁ ମିଳନ କରିଥିବା ଜଣାପଡିଛି ।

ଛାତ୍ର ରମେଶ ମହାପାତ୍ର , ଧରଣୀଧର ସାହୁ ,  ବିମଳ ଅଗ୍ରୱାଲା ଓ କାହ୍ନୁ ମହାରଣା ଙ୍କ ଉଦ୍ୟମରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୬୦ ରୁ ଉର୍ଦ୍ଧ ଛାତ୍ର ଯେଉଁମାନେ ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରୁଥିଲେ ମଧ୍ୟ ୪୦ ବର୍ଷ ପରେ ଏକାଠି ହୋଇଥିବାରୁ ନିଜ ନିଜର ଅନୁଭୁତି ପରସ୍ପର ମଧ୍ୟରେ ବାଣ୍ଟିବା ସହ ଆନନ୍ଦ ଅନୁଭବ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.