Home ଓଡ଼ିଶା ଚୋରା ମାଙ୍କଡା ପଥର କାଟିବା ଅଭିଯୋଗରେ ୩ ଅଦାଲତ ଚାଲାଣ ପଥର କଟା ଯନ୍ତ୍ର ଓ...

ଚୋରା ମାଙ୍କଡା ପଥର କାଟିବା ଅଭିଯୋଗରେ ୩ ଅଦାଲତ ଚାଲାଣ ପଥର କଟା ଯନ୍ତ୍ର ଓ ଜେସିବି ଜବତ

27

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୦୧- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ବ୍ୟାପକ  ଚୋରା ମାଙ୍କଡା ପଥର କାଟିବା ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିଲେ । ଯାହାକୁ ନେଇ ନୟାଗଡ ଜିଲ୍ଲା ପ୍ରଶାସନ ଉଦ୍‌ବେଗ ପ୍ରକାଶ କରୁଥିଲେ । ଜିଲ୍ଲା ପ୍ରଶାସନ ଚାନ୍ଦପୁର ପୋଲିସ କୁ ବିଶେଷ ଧ୍ୟାନ ଦେବାପାଇଁ ନିର୍ଦେଶ ଦେଇଥିଲେ ।  ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀରଞ୍ଜନ ଦାସ ଓ ଅଞ୍ଜଳି ସା କର୍ମଚାରୀ ଙ୍କ ସହ ପଟିଆ ଗ୍ରାମପଞ୍ଚାୟତ ଫୁଲଚଡି ସାହି ମାଙ୍କଡା ପଥର ଖଣି ଉପରେ ଜାନୁଆରୀ ୯ ତାରିଖରେ  ଚଢାଉ କରିଥିଲେ ।

ଚଢାଉରେ ପଥର କଟା ଯନ୍ତ୍ର ଓ ଏକ ଜେସିବି  ମେସିନ୍ କୁ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।  ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବଡପାରୀ ଅଂଚଳର ଆକାଶ ପ୍ରଧାନ ଓ ଅନ୍ୟ ଦୁଇଜଣ । ଅନ୍ୟ ମାନଙ୍କୁ ପୋଲିସ ଧରିବା ପାଇଁ ଜାଲ ବିଛାଇଥିବା ଜଣାପଡିଛି । ଗିରଫ ୩ ଜଣ ଅଭିଯୁକ୍ତ ଙ୍କୁ ରଣପୁର ଅଦାଲତରେ ବିଚାରକ ଛୁଟିରେ ଥିବାରୁ ନୟାଗଡ ଅଦାଲତ କୁ ଚାଲାଣ କରିଥିବା ଜଣାପଡିଛି ।  ଚାନ୍ଦପୁର ଥାନାର ଏଭଳି ଚଢାଉରେ ଚୋରା ପଥର କାଟୁଥିବା ବେପାରୀମାନେ ଭୟଭିତ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.