Home ଓଡ଼ିଶା ରଣପୁର ବଜରଙ୍ଗ ଦଳ ଦ୍ୱାରା ବଳଦ ଉଦ୍ଧାର ମାଲିକ ଫେରାର

ରଣପୁର ବଜରଙ୍ଗ ଦଳ ଦ୍ୱାରା ବଳଦ ଉଦ୍ଧାର ମାଲିକ ଫେରାର

52

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- କରୋନା ର ଦ୍ୱିତୀୟ ଲହର ତାଲା ବନ୍ଦ ସମୟରେ ରାସ୍ତା ଘାଟ ରେ ଲୋକମାନଙ୍କ ଯାତାୟତ କମ୍ ହେଉଥିବା ଲକ୍ଷ୍ୟ କରି ଗୋଚାଲାଣ କାରୀ ମାନେ ଫାଇଦା ଉଠାଇବାରେ ବ୍ୟସ୍ତ ।  ସେଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳରେ । ପୋଲିସ୍ ବଜାର ଆଦି ସହରାଂଚଳ ତାଲା ବନ୍ଦ ଉପରେ ଦୃଷ୍ଟି ଦେଉଥିବା ବେଳେ ଗଳି କନ୍ଦି ରାସ୍ତା ଦେଇ ଗୋଚାଲାଣ କାରୀ ମାନେ ନିଜ ବ୍ୟବସାୟ  ଚଲାଇବାରେ ବ୍ୟସ୍ତ । ଅପରପକ୍ଷେ ବଜରଙ୍ଗ ଦଳର ଯୁବକମାନେ ଗୋ ସଂପଦ ଓ ଗୋମାତାର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ।

ମେ ୧୮ ତାରିଖ ସକାଳୁ ବଜରଙ୍ଗ ଦଳର ଯୁବକମାନେ ଖବର ପାଇଲେ ଯେ ଗୋଡିପଡା ଅଂଚଳରୁ ରଣପୁର ଦେଇ ବେଗୁନିଆଁ ଥାନା ବାରିଖେଦା ଅଂଚଳକୁ ରଣପୁର ଦେଇ  ଗୋଚାଲାଣ ହେଉଅଛି । ଏଣୁ ବଜରଙ୍ଗ ଦଳର ଯୁବକମାନେ ରଣପୁର ଥାନା ବୃନ୍ଦାବନ ପୁର ଗ୍ରାମ ପଂଚାୟତ ମଳିପଡା ଠାରେ ଛକି ରହି ଗୋଚାଲାଣ ହେଉଥିବା  ମିନିଟ୍ରକ୍ କୁ ଅଟକାଇଲେ । ଗୋଚାଲାଣ କାରୀ ମାନେ ବଜରଙ୍ଗ ଦଳର ଯୁବକଙ୍କୁ ଦେଖି ଗାଡି ଛାଡି ଦଉଡି ପଳାଇଲେ । ତେଣୁ ବଜରଙ୍ଗ ଦଳର ଯୁବକମାନେ ଗାଡି ଭିତରେ ଥିବା ୩ ଗୋଟି ବଳଦକୁ ଉଦ୍ଧାର କରିଥିଲେ । ଆହତ ଅବସ୍ଥାରେ ଥିବା ବଳଦଙ୍କୁ ଚିକିତ୍ସା ପରେ ସ୍ଥାନୀୟ କୃଷକଙ୍କ ଜିମାରେ ଦେଇଥିବା ଜଣାପଡିଛି ।  ମିନିଟ୍ରକ୍ ଟିକୁ ରଣପୁର ପୋଲିସ୍ କୁ ହସ୍ତାନ୍ତର କରିଛନ୍ତି । ଗୋମାତା ଓ ଗୋସଂପଦ ର  ସୁରକ୍ଷା ପାଇଁ  ରଣପୁର ବଜରଙ୍ଗ ଦଳ ଆପ୍ରାଣ ଉଦ୍ୟମ ଚଳାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.