Home ଓଡ଼ିଶା ରଣପୁର ପୋଲିସ୍ ଦ୍ୱାରା ଡକାୟତି ଗ୍ୟାଙ୍ଗ ମୁଖ୍ୟ ପପୁ ରାଉଳ ଗିରଫ

ରଣପୁର ପୋଲିସ୍ ଦ୍ୱାରା ଡକାୟତି ଗ୍ୟାଙ୍ଗ ମୁଖ୍ୟ ପପୁ ରାଉଳ ଗିରଫ

157

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୦୫-ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳରେ ଡକାୟତ ଦଳକୁ ଧରିବା ପାଇଁ ପୋଲିସ୍ ସଫଳ ହୋଇଥିଲା ବେଳେ  ଗତ ଜାନୁୟାରୀ ୨୯ ତାରିଖ ଦିନ ରଣପୁର ଉପର ସାହି ସତ୍ୟନାରାୟଣ ସାହୁଙ୍କ ଘରୁ ଡକାୟତି ହେବା ଘଟଣା ନେଇ ରଣପୁର ଥାନା ପୋଲିସ୍ ବିବ୍ରତ ହୋଇ ପଡିଥିଲା । ପୋଲିସ୍ ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଏହି ଡକାୟତି ଗ୍ୟାଙ୍ଗ ଧରିବା ପାଇଁ ଦିନରାତି ଏକ କରି ଦେଇଥିଲେ । ଗ୍ୟାଙ୍ଗର ୫ଜଣଙ୍କୁ ଧରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପପୁ ରାଉଳ ପୋଲିସ୍ କୁ ଚକମା ଦେଖାଇ ଲୁଚି ଛପି ଘୁରି ବୁଲୁଥିଲା । ଗତ ମେ  ୧୮ ତାରିଖରେ ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ବିଶ୍ୱସ୍ତ ସୁତ୍ରରୁ ସୁଚନା ପାଇଲେ ଯେ ଏକ କୁକୁଡା ବୁହା ବୋଲେର ଗାଡି ନେଇ ପପୁ ରାଉଳ ଜଙ୍କିଆ ପଟୁ ରଣପୁର ଆଡକୁ ଆସୁଛି । ଜଗନ୍ନାଥ ସଡକ ଖଡିପଦର ନଦୀଠାରେ ପୋଲିସ୍ ସଦଳବଳେ ଛପି ରହିଥିଲେ ।

ପପୁ ରାଉଳ କୁକୁଡା ବୁହା ବୋଲେର ଗାଡି ଧରି ଆସିବା ସମୟରେ ତାକୁ ଗିରଫ କରିଥିଲେ ଓ ଗାଡିିଟିକୁ ମଧ୍ୟ ଜବତ କରିଥିବା ଜଣା ପଡିଛି । ପୋଲିସ୍ ର ସୁଚନା ଅନୁଯାୟୀ ପପୁ ରାଉଳ ନାମରେ ବାଲୁଗାଁ, ଜଙ୍କିଆ, ଆଠଗଡ ଆଦି ଅଂଚଳରେ ୧୧ଗୋଟି ଡକାୟତି ମାମଲା ରହିଅଛି । ଅନ୍ୟ କେଉଁ ଥାନାରେ ମାମଲା ଅଛି ସେ ସମ୍ପର୍କେ ଖୋଜା ଚାଲିଛି । ଅଭିଯୁକ୍ତ ପପୁ ରାଉଳକୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ୍ ନାମଂଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.