Home ଓଡ଼ିଶା ରଣପୁର ପାହାଡ ଉପରେ ଖଣି ମାଫିଆ ଙ୍କ ଲୋଲୁପ ଦୃଷ୍ଟି

ରଣପୁର ପାହାଡ ଉପରେ ଖଣି ମାଫିଆ ଙ୍କ ଲୋଲୁପ ଦୃଷ୍ଟି

78

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୦୯- ମୟୁର କୁ ସରକାର ଜାତୀୟ ପକ୍ଷୀ ଭାବରେ ମାନ୍ୟତା ଦେଇଛନ୍ତି । ଯାହାର ସୁରକ୍ଷା ସରକାର ନେବା ଆବଶ୍ୟକ । ଅନେକ ପ୍ରଶାସନିକ ଭୁଲ୍ ନିଷ୍ପତି ଯୋଗୁଁ ଜାତୀୟ ପକ୍ଷୀ ମୟୁର ଅନେକ ଜଙ୍ଗଲ ରୁ ଲୋପ ହେବାକୁ ବସିଛନ୍ତି । ଯାହା କୁ ନେଇ ପରିବେଶ ବିତ୍ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ସେଭି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ତହସିଲ ଛପରି କୋଇଲମା ମୈାହା ରେ । ରିଜର୍ଭ ଜଙ୍ଗଲ କୁ ଲାଗି ଛପରି କୋଇଲମା ମୈାଜା ରେ ପତର ସାଉଁଟା  କିସମ ର ଏକ କଳା ମୁଗୁନୀ ପଥର ପାହାଡ ରହିଛି । ଯେଉଁ ପାହାଡ ରେ ଅନେକ ଜାତୀୟ ପକ୍ଷୀ ମୟୁର , ଠେକୁଆ , ଗୁରାଣ୍ଡି ଓ ବରାହ ଆଦି ଜୀବ ଜନ୍ତୁ ରହିଛନ୍ତି । ପ୍ରତିଦିନ ସକାଳୁ ସୂର୍ଯ୍ୟାଲୋକ ପାଇଁ ଜାତୀୟ ପକ୍ଷୀ ମୟୁର ମାନେ ପାହାଡ ଶୀଖର ରେ ବସିଥାନ୍ତି । ସୂର୍ଯ୍ୟାସ୍ତ ପୁର୍ବରୁ ଆକାଶ ରେ କଳା ମେଘ ଘୋଟି ଆସିଲେ ମୟୁର ମାନେ ପାହାଡ ପଥର ଉପରେ ନୃତ୍ୟ କରିଥାନ୍ତି । ଯାହାର ଶୋଭା ଅତୀବ ରମଣୀୟ । ସରକାର ରାଜସ୍ୱ ଆଦାୟ ବାହାନା ରେ କୋଟଗଡ ପାହାଡ ଓ ବାଞ୍ଛା ବନ୍ଧ ତଳ ପାହାଡ ପଥର ଫୁଟାଇବା ପାଇଁ ନିଲାମ ଦେଇଛନ୍ତି । ସେହି ଅଂଚଳ ରୁ ଅନୁମତି ମିଳିଥିବା ପଥର ଠାରୁ ଅଧିକ ମାତ୍ରା ରେ ପଥର ଫୁାଟାଇ ପ୍ରତିଦିନ ବିନା କାଗଜ ପତ୍ର ରେ ଶହ ଶହ ଟ୍ରକ ପଥର ଚାଲାଣ ହେଉଛି ।

ଖୋର୍ଦ୍ଧା ଅଂଚଳ ର ଖଣି ମାଫିଆ ମାନେ ଏବେ ରଣପୁର ଅଂଚଳ ରେ ପତିଆରା ଯାହିର କରିଛନ୍ତି ।  ତେଣୁ ଏହି ବାହାର ଜିଲ୍ଲା ଖଣି ମାଫିଆ ଙ୍କ ଲୋଲୁପ ଦୃଷ୍ଟି ଏବେ ଛପରି କୋଇଲମା ର ପଥର ସାଉଁଟା ବଡ ପାହାଡ ଉପରେ ପଡିଛି । ପ୍ରଶାସନ କୁ ହାତ ବାରିସୀ କରି ଏହି ପାହାଡ କୁ ଲିଜ୍ ରେ ନେବା ପାଇଁ ଚକ୍ରାନ୍ତ ଚଲାଇଥିବା ଜଣାପଡିଛି । ଏ ସର୍ମ୍ପକେ ଲୋଧାଚୁଆ ରାଜସ୍ୱ ଅଧିକାରୀ ଶୁସାନ୍ତ ସେଠୀ ଙ୍କୁ ପଚାରି ବାରେ ସେ ଏ ସର୍ମ୍ପକେ କିଛି ଉତ୍ତର ନ ଦେଇ ନିରବ ରହିଥିଲେ । ସ୍ଥାନୀୟ ତହସିଲଦାର ଏ ସର୍ମ୍ପକେ ଫୋନ୍ ଉଠାଉ  ନଥିବା ବେଳେ ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ସରଜମିନ୍ ତଦନ୍ତ କରାଯିବ ଯଦି ସେହି ପାହାଡ ରେ ଭାରତର ଜାତୀୟ ପକ୍ଷୀ ମୟୁର ଓ ଅନ୍ୟାନ୍ୟ ଜୀବ ଜନ୍ତି ରହୁଛନ୍ତି  ତାହେଲେ ଲିଜ୍ ଦିଆଯିବ ନାହିଁ । ଏ ସର୍ମ୍ପକେ ଲୋଧାଚୁଆ ସରପଞ୍ଚ ଜୟନ୍ତ କୁମାର ନାୟକ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ଛପରି କୋଇଲମା ପତର ସାଉଁଟା ପାହାଡ ରେ ଜାତୀୟ ପକ୍ଷୀ ଓ ଜଙ୍ଗଲ ଜୀବ ଜନ୍ତୁ ଥିବା ସହ ନିକଟରେ ଜନବସତି ଓ ଚାଷ ଜମି ରହିଅଛି । ତେଣୁ ସେ ସବୁର ସୁରକ୍ଷା ପାଇଁ ଏହି ପାହାଡ ଲିଜ୍ କୁ ଦୃଢ ବିରୋଧ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.