Home ଓଡ଼ିଶା ରଣପୁର ପଞ୍ଚୁଦୋଳ ପଡିଆ ରେ ୭୩ ତମ ଗଣେଶ ପୂଜା ଅନୁଷ୍ଠିତ

ରଣପୁର ପଞ୍ଚୁଦୋଳ ପଡିଆ ରେ ୭୩ ତମ ଗଣେଶ ପୂଜା ଅନୁଷ୍ଠିତ

121

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୦୯- ନୟାଗଡ ଜିଲ୍ଲା ରଣପୁର ପଞ୍ଚୁଦୋଳ ପଡିଆ ରେ ଦୀର୍ଘ ୭୩ ବର୍ଷ ହେଲା ରଣପୁର ଗଣେଶ ପୂଜା କମିଟି ତରଫରୁ ଗଣେଷ ପୂଜା ଅନୁଷ୍ଠିତ ହୋଇଆସୁଅଛି । ଚଳିତ ବର୍ଷ ସରକାରୀ ନିୟମ ମୁତାବକ କୋଭିଡ୍ କଟକଣା ଭିତରେ ହାଟସାହି ପ୍ରଗତି ଯୁବକ ସଂଘ ଆନୁକୁଲ୍ୟ ରେ ପୂଜା ଅନୁଷ୍ଠିତ ହୋଇଯାଇଅଛି । ସବୁ ବର୍ଷ ହେଉଥିବା ସାସ୍କୃତିକ କାର୍ଯ୍ୟକ୍ରମ ବିଶେଷତଃ ବାଦିପାଲା ବନ୍ଦ କରି ଦିଆଯାଇଛି ।

ନିରାଡାମ୍ବରପୁର୍ଣ୍ଣ ଏହି ଗଣେଷ ପୂଜା କୁ ଲିଙ୍ଗରାଜ ନାୟକ , ରମେଶ ମହାପାତ୍ର ଓ କୃଷ୍ଣଚନ୍ଦ୍ର ଦାଶ ପ୍ରମୁଖ ସହଯୋଗ କରିଥିଲେ । ସେହିଭଳି ଭାବରେ ରଣପୁର ର ସମସ୍ତ ମଠ , ମନ୍ଦିର ,ଗାଁ ଗହଳି ରେ ଗଣେଶ ପୂଜା ନିରାଡାମ୍ବରପୁର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଥିବା ବେଳେ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମନ ମଧ୍ୟରେ ଗଣେଶ ପୂଜା ଫିକା ପଡିଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.