Home ଓଡ଼ିଶା ରଣପୁର ଐତିହ ପୁରୁଣା କାରାଗାର ଗେଟ୍ ପୁନଃ ଥଇଥାନ ନିଷ୍ପତି

ରଣପୁର ଐତିହ ପୁରୁଣା କାରାଗାର ଗେଟ୍ ପୁନଃ ଥଇଥାନ ନିଷ୍ପତି

33

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୦୯- ନୟାଗଡ ଜିଲ୍ଲା ରଣପୁରଗଡ ଇତିହାସ ରେ ଗଡଜାତ ଆନ୍ଦୋଳନ ର ମୁକସାକ୍ଷୀ ଥିଲା ରଣପୁର ରାଜ ରାଜୁଡା ଅମଳ ର ପୁରୁଣା କାରାଗାର ମୁଖ୍ୟ ଫାଟକ । ସେହି ସ୍ଥାନରେ ବର୍ତ୍ତମାନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ନୂତନ କୋଠା ନିର୍ମାଣ କରାଯାଉଥିବା ବେଳେ ଠିକାଦର ସେହି ଐତିହ ସମ୍ପର୍ଣ୍ଣ ପୁରୁଣା କାରାଗାର ମୁଖ୍ୟ ଫାଟକ କୁ ତାଡି ଭାଙ୍ଗି ଉଠାଇ ନେଇଥିଲେ । ଯାହାକୁ ନେଇ ରଣପୁର ଓକିଲ ସଂଘ ର ଏକ ଜରୁରୀ କାଳୀନ ବୈଠକ ଡକାଯାଇ ଘଟଣାକୁ ନିନ୍ଦା କରିବା ସହ କ୍ଷୋଭ ପ୍ରକାଶ କରାଯାଇଥିଲ । କାରଣ ରଣପୁର ଐତିହ ଜଡିତ ଏହି ରାଜ ରାଜୁଡା ଅମଳ ର ପୁରୁଣା ଜେଲ୍ ମୁଖ୍ୟ ଫାଟକ କୁ ସୁରକ୍ଷିତ ରଖିବା ପାଇଁ ନିଷ୍ପତି ହୋଇଥିଲା ।

ଓକିଲ ସଂଘ ର କ୍ଷୋଭ ପରେ ରଣପୁର ରଣପୁର ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଦୟାନିଧି ରାୟଗୁରୁ  ଠିକାଦାର ଙ୍କୁ ମୁଖ୍ୟ ଫାଟକ ପୁନଃ ଥଇଥାନ କରିବା ପାଇଁ କହିଥିଲେ । ତେଣୁ ଠିକାଦାର ଦେବଦେବ ଦାଶ ରଣପୁର ଓକିଲ ସଂଘ ସହ ଆଲୋଚନା କରିଥିବା ଜଣାପଡିଛି । ଏ ସର୍ମ୍ପକେ ଓକିଲ ସଂଘ ର ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଠିକାଦାର ପୁଣିଥରେ ତ୍ୱରଣ ନିର୍ମାଣ କରି ସେହି ଐତିହ ସମ୍ପର୍ଣ୍ଣ ପୁରୁଣା କାରାଗାର ଫାଟକ କୁ ଅବସ୍ଥାପିତ କରିବା ପାଇଁ କଥା ଦେଇଛନ୍ତି । ଯାହାଫଳ ରେ  ଓକିଲ ସଂଘ ଆନ୍ଦୋଳନ କରିବା ନିଷ୍ପତି ରୁ ଓହରି ଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.