ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୩-ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ରଣପୁର ବ୍ଲକ୍ ସ୍ତରୀୟ ପଂଚାୟତିରାଜ ଦିବସ ୨୦୨୦ ରଣପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି । ଏଥିରେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପଂଚାନନ ପଟ୍ଟାୟତ, ବ୍ଲକ୍ ଅଧ୍ୟକ୍ଷା ନିରୁପମା ପ୍ରଧାନ, ଉପାଧକ୍ଷ ପ୍ରଶାନ୍ତ ନାୟକ, ସହକାରୀ ଯନ୍ତ୍ରୀ ରବିନ୍ଦ୍ର କୁମାର ସାହୁ, ଆକାଉଣ୍ଟ ଅଫିସର୍ ଗ୍ରାମ ପଂଚାୟତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ନିତ୍ୟାନନ୍ଦ ପରିଡା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ରତନଲାଲ ଲୋହରାଙ୍କ ସହ ବ୍ଲକ୍ ର ସମସ୍ତ କର୍ମଚାରୀ ଜିବୀକା ମିଶନ୍ କର୍ମୀ , ଅଙ୍ଗନାବାଡୀ କର୍ମୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ ।
ପଂଚାୟତିରାଜ ଦିବସର ମୁଲ୍ୟବୋଧ ଉପରେ ସମସ୍ତେ ବକ୍ତବ୍ୟ ରଖିଥିଲେ ।ବିଶେଷ ଭାବରେ ବିଡିଓ ପଂଚାନନ ପଟ୍ଟାୟତ ଶାସନ ବ୍ୟବସ୍ଥାକୁ ଗ୍ରାମାଂଚଳ କିପରି ସୁଦୃଢ କରି ଗଢି ତୋଳେ ତାହା ଉପରେ ବିଶେଷ ଆଲୋକପାତ କରିଥିଲେ । ୫ଦିନ ବ୍ୟାପୀ ଏହି ପଂଚାୟତିରାଜ ଦିବସ ପାଳନ କରାଯିବ ବୋଲି ବ୍ୟବସ୍ଥା ରହିଛି ।