Home ଓଡ଼ିଶା ରଣପୁର ଥାନା ରେ ବଧୁ ହତ୍ୟା ନେଇ ଅଭିଯୋଗ : ଦେଢଶୁର ଅଟକ

ରଣପୁର ଥାନା ରେ ବଧୁ ହତ୍ୟା ନେଇ ଅଭିଯୋଗ : ଦେଢଶୁର ଅଟକ

57

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୧୦- ନୟାଗଡ ଜିଲ୍ଲା ରଣପୁର ଥାନା ରେ ବଧୁ ହତ୍ୟା ନେଇ ଅଭିଯୋଗ ହୋଇଥିବା ଜଣାପଡିଛି । ଏଭଳି ଅଭିଯୋଗ ଆଣିଛନ୍ତି  ନୟାଗଡ ର ଶାନ୍ତିଲତା ସାହୁ । ଅଭିଯୋଗ ଅନୁଯାଇ ଶାନ୍ତିଲତା ଙ୍କ ଝିଅ ରୁଚିଲତା ଦାସ  ୫ ବର୍ଷ ତଳେ ରଣପୁର ଥାନା ବଧିପାଟଣା ଗ୍ରାମ ର ହାଡିବନ୍ଧୁ ଦାସ ଙ୍କୁ ହିନ୍ଦୁ ବୈଦ୍ୟିକ ରିତି ରେ ବିବାହ କରିଥିଲେ । ତାଙ୍କର ୪ ବର୍ଷ ର ଏକ ପୁତ୍ର ସନ୍ତାନ ରହିଛି । ସ୍ୱାମୀ ହାଡିବନ୍ଧୁ ଦାସ ଓଡିଶା ବାହାରେ କାର୍ଯ୍ୟ କରୁଛନ୍ତି । ଶାନ୍ତିଲତା ଙ୍କ ଅଭିଯୋଗ ଅନୁଯାଇ ଝିଅ ରୁଚିଲତା ର ଦେଢଶୁର , ଶାଶୁ  ଓ ଯାଆ ତାଙ୍କ ଝିଅ କୁ  ମାରିଦେଇଛନ୍ତି । ଅଭିଯୋଗ ପାଇ ପୋଲିସ ଶବ ଜବତ କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଞ୍ଚନାମା ପାଇଁ ପଠାଇ ଥିଲା ।

ସେଠାରେ ମାଜିଷ୍ଟ୍ରେଟ ଓ ଦୁଇଜଣ ଡାକ୍ତର ଙ୍କ ଉପସ୍ଥିତି ରେ ପଞ୍ଚନାମା କରାଯାଇଥିବା ଜଣାପଡିଛି । ପଞ୍ଚନାମା ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରିଥିବା ପୋଲିସ ସୂଚନା ଦେଇଛି । ଘଟଣା ରୁ ପ୍ରକାଶ ରୁଚିଲତା ଦାସ ଙ୍କୁ ଗତ ୧୫ ତାରିଖ ରାତ୍ର ୮ ଘଟିକା ସମୟରେ ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ମୁର୍ମୁସ ଅବସ୍ଥା ରେ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ସୂଚନା ଅନୁଯାଇ ରୁଚିଲତା ଙ୍କ ଦେଢଶୁର ଙ୍କୁ ଥାନା ରେ ଅଟକ ରଖି ପଚରା ଉଚରା ଚାଲିଛି । ରାଜସୁନାଖଳା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ତଦନ୍ତ ଭାର ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.