Home ଓଡ଼ିଶା ମା ଖିଲାମୁଣ୍ଡା ରାଜ ଉଆସ କୁ କାଠିରେ ଆସିଥିଲେ ପାରା ପକ୍ଷୀ ରେ ଉଡିଗଲେ

ମା ଖିଲାମୁଣ୍ଡା ରାଜ ଉଆସ କୁ କାଠିରେ ଆସିଥିଲେ ପାରା ପକ୍ଷୀ ରେ ଉଡିଗଲେ

192

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୧୦- ଅବିଭକ୍ତ ପୁରୀ ଜିଲ୍ଲା ର ରଣପୁର ଗଡଜାତ ହେଉଛି ଐତିହ୍ୟ ସମ୍ପର୍ଣ୍ଣ । ରାଜ ରାଜୁଡା ଅମଳ ରୁ ପ୍ରତିବର୍ଷ ମା ଖିଲାମୁଣ୍ଡା ସୁଦୁର ଘଂଚ ଜବତ ଜଙ୍ଗଲ ରାଆଁଳା ରୁ ଦୁତିୟା ଓଷା ଦିନ କାଠି ରେ ସବାର ହୋଇ ରାଜ ଉଆସ କୁ ଆସିଥାନ୍ତି । ପରେ ପରେ ପୁରୁଣା ବସନ୍ତ ଠାରେ ଥିବା ନାରାୟଣୀ ଠାକୁରାଣୀ ରାଜ ଉଆସ ରେ ପହଂଚିଥାନ୍ତି । ସେଠାରେ ଷୋଳ ପୂଜା ଅନୁଷ୍ଠିତ ହୋଇଥାଏ । ଦଶହରା ଦିନ ସଂନ୍ଧ୍ୟା ରେ ମା ଖିଲାମୁଣ୍ଡା କାଠି ଯୋଗେ ମା ନାରୟଣୀ ଦୋଳ ବିମାନ ରେ ରଣପୁର ବଡଦାଣ୍ଡ ଛତିସା ନିଜୋଗ ରେ ପରିକ୍ରମା କରି ଦଶହରା ପଡିଆ କୁ ଯାଇଥିଲେ । ରଣପୁର ରାଜା ଦିଲ୍ଲୀପ ଚନ୍ଦ୍ର ସିଂଦେଓ ମଧ୍ୟ ଯାଇଥିଲେ । ସେଠାରେ ପୁଜାର୍ଚ୍ଚନା ପରେ ତୋପ ସଲାମୀ ଦିଆଯାଇଥିଲା ।

ଏହାପରେ ଏକ ପାରା ପକ୍ଷୀ କୁ ପୁଜା କରାଯାଇ ଛାଡି ଦିଆଯାଇଥିଲା । ଲୋକ ମାନଙ୍କର ବିଶ୍ୱାସ ରହିଛି ମା ଖିଲାମୁଣ୍ଡା କାଠିରେ ସବାର ହୋଇ ଆସିଥିଲେ ଓ ଦଶହରା ପଡିଆ ଠାରୁ ପାରା ପକ୍ଷୀ ରେ ନିଜ ଆସ୍ଥାନ କୁ ଉଡିଗଲେ । ଇତି ଅବସର ରେ ରଣପୁର ଦୁର୍ଗା ମଣ୍ଡପ ରେ ୫୬ ତମ ଦୁର୍ଗା ପୂଜା ଅନୁଷ୍ଠିତ ହେବା ସହ ରାଜସୁନାଖଳା ,ବ୍ରଜରାଜପୁର, ଦର୍ପନାରାୟଣପୁର , କୋଇଲମା , ଖଣ୍ଡସି, ଚାନ୍ଦପୁର ଆଦି ଅଂଚଳ ରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଯାଇଅଛି । କୋଭିଡ୍ କଟକଣା ଭିତରେ ଠାକୁରାଣୀ ଦର୍ଶନ ଲୋକଙ୍କ ମନରେ ଦୁଃଖ ଆଣିଥିଲା । କୈାଣସି ପୁଜା ମଣ୍ଡପ ରେ କୋଭିଡ୍ କଟକଣା ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.