Home ଓଡ଼ିଶା ରଣପୁର ଥାନା ପୋଲିସ ଦ୍ୱାରା ଶିରସ୍ତ୍ରାଣ  ଓ ତୁଣ୍ଡି ତନଖି

ରଣପୁର ଥାନା ପୋଲିସ ଦ୍ୱାରା ଶିରସ୍ତ୍ରାଣ  ଓ ତୁଣ୍ଡି ତନଖି

38

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୦୧- କରୋନା ତୃତୀୟ ଲହର ସଂକ୍ରମଣ ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ରଣପୁର ଥାନା ପୋଲିସ ତରଫରୁ ତୁଣ୍ଡି ଓ ଶିରସ୍ତ୍ରାଣ ତନଖି କୁ ବ୍ୟାପକ କରାଯାଇଛି । ଜାନୁୟାରୀ ୧୫ ତାରିଖ ମଧ୍ୟାନ୍ନରେ ରଣପୁର ଥାନା ସାମ୍ନାରେ ତନଖି କରାଯାଇଥିଲା । ଏହି ତନଖିରେ  ତୁଣ୍ଡି ଭିଡିନଥିବା  ୨୦ ଜଣ ଅମାନିଆଙ୍କ ଠାରୁ ୪ହଜାର ୮ ଶହ ଟଙ୍କା ଓ ଶିରସ୍ତ୍ରାଣ ପିନ୍ଧିନଥିବା ୨୧ ଜଣ ଅମାନିଆଙ୍କ ଠାରୁ ୧୦ ହଜାର ୫ ଶହ ଟଙ୍କା ଆଦାୟ କରିଥିବା ଜଣାପଡିଛି ।

ଏହି ତନଖିରେ ରଣପୁର ଥାନା ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ଓ ପୁରୁଷୋତ୍ତମ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତନଖି କରାଯାଇଥିଲା । କିନ୍ତୁ ପୋଲିସ ତନଖି କରି ଜୋରିମାନା ଆଦାୟ କରି ସାରିଲା ପରେ ଶହ ଶହ ସଂଖ୍ୟାରେ ତୁଣ୍ଡି ଭିଡି ନଥିବା ଓ ଶିରସ୍ତ୍ରାଣ ପିନ୍ଧିନଥିବା ଅମାନିଆଙ୍କର ଯାତାୟତ ଦେଖିବାକୁ ମିଳିଥିଲା । କରୋନା କଟକଣା କୁ ବେଖାତିର କରି ବହୁ ଜନସାଧାରଣ ବୁଲୁଥିବାର ଦେଖାଯାଉଛି । ସତେ ଯେପରି କରୋନାକୁ ଲୋକମାନଙ୍କର ଆଉ ଭୟ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.