Home ଓଡ଼ିଶା ରଣପୁରରେ ମୋ ସରକାର ଯୋଜନା ଭେଳିକି ସାଜିଛି

ରଣପୁରରେ ମୋ ସରକାର ଯୋଜନା ଭେଳିକି ସାଜିଛି

33

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୦୧- ସରକାର ପ୍ରଶାସନିକ ସେବାକୁ ତ୍ୱରାନିତ କରିବା ପାଇଁ ମୋ ସରକାର ଯୋଜନାରେ ୫ ଟି ଭଳି ପଦକ୍ଷେପ ନେଲେ । କିନ୍ତୁ ଯାଦୁକରର ଯାଦୁ ଭେଳିକି ଭଳି ରଣପୁରରେ ମୋ ସରକାର ୫ ଟି ଯୋଜନା ଏକ ଭେଳିକି ବୋଲି ଅଭିଯୋଗ ହେଉଛି । ମୋ ସରକାର ୫ ଟି କାର୍ଯ୍ୟାଳୟ ରଣପୁର ବ୍ଲକ ରେ ଖୋଲିଛି ମାତ୍ର ମାସ ମାସଧରି ତାଲା ଝୁଲୁଛି । ସାଧାରଣ ଲୋକ ମାନେ ବ୍ଲକକୁ ଗଲେ କର୍ମଚାରୀ ମାନେ ନିଜ ଆସନରେ ନଥାନ୍ତି । ଲୋକମାନେ ମୋ ସରକାର କାର୍ଯ୍ୟାଳୟକୁ ଗଲାବେଳକୁ ସେଠାରେ ତାଲା ଝୁଲୁଥିବା ଦେଖି ନିରାଶ ହୋଇ ଫେରିଥାନ୍ତି । ଏ ସର୍ମ୍ପକେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଫୋନ୍ ଉଠାଇନଥିଲେ ।  ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ରତନ୍‌ରାଲ  ଲୋହରା ଙ୍କ ସହ ଯୋଗାଯୋଗ କରିବା ପରେ ମୋ ସରକାର କାର୍ଯ୍ୟାଳୟ ତାଲା ଝୁଲିବା କଥାକୁ ସ୍ୱୀକାର କରିଥିଲେ  । କହିଥିଲେ ଯେ ଅଫିସରେ କାର୍ଯ୍ୟ କରିବା ପାଇଁ ଦୁଇ ଦୁଇଜଣ ବରିଷ୍ଠ କିରାଣୀ ଙ୍କର ଅଭାବ ରହିଛି । ସରକାର ମୋ ସରକାର କାର୍ଯ୍ୟାଳୟ ଖୋଲିବା ପାଇଁ ଆଦେଶ ଦେଇଥିଲେ ସୁଦ୍ଧା କର୍ମଚାରୀ ଯୋଗାଇ ନାହାଁନ୍ତି ।

ସେହିଭଳି ରଣପୁର ତହସିଲରେ ମୋ ସରକାର କାର୍ଯ୍ୟାଳୟ ଖୋଲିବା ସହ ସହାୟତା କେନ୍ଦ୍ର ଖୋଲିଥିଲେ ମଧ୍ୟ କର୍ମଚାରୀଙ୍କର ଦେଖା ଦର୍ଶନ ମିଳେ ନାହିଁ । ସାଧାରଣ କାର୍ଯ୍ୟରେ ଯାଇଥିବା ଲୋକମାନେ ଗୁହାରୀ କରିବେ କାହାକୁ ସହାୟତା ନପାଇ ନିରାଶ ହୋଇ ଫେରିଥାନ୍ତି ।  ଏ ସର୍ମ୍ପକେ ତହସିଲଦାରଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ ।  ତେଣୁ ଅତିରିକ୍ତ ତହସିଲଦାର ଅଶୋକ କୁମାର ପଟ୍ଟନାୟକ ଙ୍କ ସହ ଯୋଗାଯୋଗ କରିବା ପରେ କହିଥିଲେ ଯେ ଜଣେ ନୂଆ କର୍ମଚାରୀ ସେଥିପାଇଁ ନିଯୁକ୍ତି ପାଇଛନ୍ତି । ହେଲେ କରୋନା ରୋଷ୍ଟର ଚାଲିଥିବାରୁ ଠିକ୍ ରେ କାର୍ଯ୍ୟାଳୟରେ ବସିପାରୁ ନାହାଁନ୍ତି । ଅପରପକ୍ଷେ ରାଜସ୍ୱ ଅଧିକାରୀଙ୍କ ଠାରୁ ଆରମ୍ଭ କରି କିରାଣୀ ପର୍ଯ୍ୟନ୍ତ ଅନେକ ପଦବୀ ଖାଲି ପଡିଥିବା ବେଳେ ସରକାର ନୂଆ ନିଯୁକ୍ତି ନଦେଇ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେଇ କାର୍ଯ୍ୟ କରୁଥିବାରୁ ଯାହା ପୁର୍ବରୁଥିଲା ଏବେ ସେହିଭଳି ସେବା ଠାରୁ କମ୍ ସେବା ମିଳୁଥିବା ଅଭିଯୋଗ ହେଉଛି ।  ସତେ ଯେପରି ମୋ ସରକାର ରଣପୁର ଅଂଚଳରେ ଯାଦୁକରର ଭେଳିକି ପାଲଟିଛି ବୋଲି ଅଭିଯୋଗ ହେଉଛି ।  ଏଥିପ୍ରତି ଜିଲ୍ଲା ଉଚ୍ଚକର୍ତ୍ତୁପକ୍ଷ ଦୃଷ୍ଟିଦେବାକୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.