Home ଓଡ଼ିଶା ରଣପୁର ଥାନା ପୋଲିସ୍ ର ଚୋରା ଦେଶୀ ମଦ କାରଖାନା ଉପରେ ଚଢାଉ୪ଶହ ଲିଟର୍ ମଦ,୩...

ରଣପୁର ଥାନା ପୋଲିସ୍ ର ଚୋରା ଦେଶୀ ମଦ କାରଖାନା ଉପରେ ଚଢାଉ୪ଶହ ଲିଟର୍ ମଦ,୩ ଗିରଫ,  ୨ ମଟର ସାଇକେଲ୍ ଓ ମଦ ରନ୍ଧା ସରଞାମ ଜବତ

80

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)- – ନୟାଗଡ ରଣପୁର ପୋଲିସ୍ ତାଲା ବନ୍ଦ ସମୟରେ ଅମାନିଆଁ କୁ ସାବାଡ୍ କରିବା ପାଇଁ ଦିନ ରାତି ଚଢାଉ ଜାରି ରଖିଥିବା ବେଳେ ଗ୍ରାମାଂଚଳ ରେ ମଦ ମାଫିଆ ମାନେ ମଦ କାରବାରକୁ ବ୍ୟାପକ କରିବା ସହ ମଦ କାରଖାନା ଆରମ୍ଭ କରି ଦେଇଥିଲେ । ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଥାନା ଇନିସ୍ ପେକ୍ଟର୍ ଜ୍ୟୋତି ପ୍ରକାଶ ପଣ୍ଡା ଓ ସବ୍ ଇନିସ୍ ପେକ୍ଟର୍ ପ୍ରିତି ପ୍ରକାଶ ମହାନ୍ତି ସଦଳବଳେ ମେ ୧୪ ତାରିଖ ରାତ୍ରି ୧୨ଟା ରେ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ତାଳକଣି ଗ୍ରାମ ପଂଚାୟତ କୋଟପୋଖରୀ ଗ୍ରାମ ଜଙ୍ଗଲରେ ଚାଲିଥିବା ଏକ ଚୋରା ଦେଶୀ ମଦ କାରଖାନା ଉପରେ ଚଢାଉ କରିଥିଲେ ।

ଚଢାଉ ସମୟରେ ୪୦୦ଲି. ଚୋରା ହାତ ରନ୍ଧା ଦେଶୀ ମଦ ଜବତ କରିବା ସହ ୨୦୦୦ଲି. ମଦ ରନ୍ଧା ପୋଚ କୁ  ନଷ୍ଟ କରିଥିଲେ । ମଦ ରନ୍ଧା ପାଇଁ ବ୍ୟବହୃତ ବଡ ବଡ ସିଲ୍‌ଭର୍ ହଣ୍ଡା, ଗ୍ୟାସ୍ ଚୁଲ୍ଲା ଆଦି ବହୁ ସାମଗ୍ରୀ ଜବତ କରିବା ସହ ୨ଟି ମୋଟର୍ ସାଇକେଲ୍ ମଧ୍ୟ ଜବତ କରିଥିଲେ । ମଦ କାରଖାନା ଚଲାଉଥିବା ଅଭିଯୋଗରେ କୋଟପୋଖରୀ ଗ୍ରାମର ଚରଣ ବେହେରା , ପୁଅ ଜିତେନ୍ଦ୍ର ବେହେରା ଓ ରବିନ୍ଦ୍ର ରଣାକୁ ଗିରଫ କରିଥିଲେ । ରଣପୁର ଥାନା ଇନିସ୍ ପେକ୍ଟର୍ ରଶ୍ମି ରଂଜନ ଦାସ ଙ୍କ ସୂଚନା ଅନୁଯାୟୀ ଗତ ୨୦୨୦ ମସିହା ଏପ୍ରିଲ୍ ମାସରୁ ଏହି କାରଖାନା ଚାଲୁଥିଲା  ା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଧରାଯିବା ବୋଲି ସୂଚନା ଦେଇଛନ୍ତି । ରଣପୁର ଅଂଚଳରେ ଚୋରା ଦେଶୀ ମଦ ବ୍ୟବସାୟ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ନୟାଗଡ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ନିର୍ଦ୍ଦେଶ ଦେଇଛନ୍ତି । ରଣପୁର ଅଂଚଳରେ ଦେଶୀ ମଦ କାରଖାନା ଉପରେ ଚଢାଉ ଏହା ପ୍ରଥମ ଘଟଣା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.