Home କୋରାପୁଟ ଡିଜିପିଙ୍କ କୋରାପୁଟ ଗସ୍ତ

ଡିଜିପିଙ୍କ କୋରାପୁଟ ଗସ୍ତ

24

କୋରାପୁଟ ୧୫-୦୫(ଓଡିଆ ପୁଅ /ରଂଜନ ଦାସ )ପୋଲିସ ମହା-ନିର୍ଦ୍ଦେଶକ ଅଭୟ ଆଜି ପୂର୍ବାହ୍ନରେ କୋରାପୁଟ  ଜିଲ୍ଲା ଗସ୍ତ ଅବସରରେ  ସୁନାବେଡାରେ ନକ୍ସଲ  ଦମନ, ଚୋରା ଗଂଜେଇ  ଚାଲାଣ , କୋଭିଡ  ସ୍ଥିତି ଓ ଆନ୍ଧ୍ରପ୍ରଦେଶ ସୀମା ସିଲ ସଂପର୍କ  ଉପରେ  ସମୀକ୍ଷା କରିଥିବା ଜଣାପଡିଛି । ପୋଲିସ ନକ୍ସଲ ବିରୋଧିି ଅଭିଯାନ  ଯୋଗୁଁ  କୋରାପୁଟ ଜିଲ୍ଲାରେ ନକ୍ସଲ  କାର୍ଯ୍ୟକଳାପ ହ୍ରାସ ପାଇଥିବା ସେ ସୂଚନା ଦେଇଥିଲେ । ଚୋରା ଗଂଜେଇ ଚାଲାଣକାରୀଙ୍କ  ବିରୁଦ୍ଧରେ କୋରାପୁଟ ଜିଲ୍ଲା ପୋଲିସ ସଫଳତା ପାଇଥିବାରୁ ପ୍ରଶଂସା କରିଥିଲୋ  । ସେହିପରି କୋଭିଡ ସଂଗ୍ରାମରେ ଜିଲ୍ଲା ପୋଲିସର ମନୋବଳ ଦୃଢ ରହିଥିବା ସେ ସୂଚନା ଦେବା ସହ  କୋଭିଡ ଯୋଦ୍ଧାମାନଙ୍କୁ  ପ୍ରଶଂସା କରିଥିଲେ । ସମୀକ୍ଷା ବୈଠକରେଏଡିଜି ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଆର.କେ.ଶର୍ମା,ବରିଷ୍ଠ  ଅଧିକାରୀଙ୍କ  ସମେତ  କୋରାପୁଟ ଏସପି ବରୁଣ ଗୁଣ୍ଠାପାଲ୍ଲି ପ୍ର୍ରମୁଖ   ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.