Home ଓଡ଼ିଶା ରଣପୁର ତହସିଲ୍ ରେ ରାଜସ୍ୱ ରଥ ଶୁଭ ଉଦ୍‌ଘାଟନ

ରଣପୁର ତହସିଲ୍ ରେ ରାଜସ୍ୱ ରଥ ଶୁଭ ଉଦ୍‌ଘାଟନ

40

ନୟାଗଡ/ ଓଡିଆପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)– ରାଜ୍ୟ ସରକାର ସେବାକୁ ଜନସାଧାରଣଙ୍କ ଦ୍ୱାର ଦେଶରେ ପଂହଚାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଜନସାଧାରଣ ବିଭିନ୍ନ ସାର୍ଟିଫିକେଟ୍ ଓ ଜମି ପଟା ପାଇଁ ତହସିଲ୍ ଅଫିସ୍ କୁ ଦଉଡି ଦଉଡି ହତାଶ୍ ହେଉଥିଲେ । ବିଶେଷତଃ ଏକ ବର୍ଷ ରୁ ଉର୍ଦ୍ଧ ହେବ କୋଭିଡ୍ କଟକଣା ମଧ୍ୟରେ ସେବା ପାଇବାରୁ ବଂଚିତ ହେଉଥିଲେ । ସରକାର ରାଜସ୍ୱ ରଥ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ସେବା ପଂହଚାଇବା ଆରମ୍ଭ କରିଛନ୍ତି ।

ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜସ୍ୱ ରଥ ର ଶୁଭ ଉଦ୍‌ଘାଟନ କରିଥିବା ଜଣାପଡିଛି । ରଣପୁର ତହସିଲ୍‌ଦାର୍ ସଂଜୟ କୁମାର ସାମନ୍ତରାୟ କର୍ମଚାରୀ ମାନଙ୍କ ମାଧ୍ୟମରେ ବ୍ୟାପକ ପ୍ରସ୍ତୁତି କରି ପ୍ରଥମ ଦିବସରେ ୪୧ ଗୋଟି ବିବିଧ ସାର୍ଟିଫିକେଟ୍ ଓ ୧୧ ଗୋଟି ଜମି ପଟା ପ୍ରଦାନ କରିଥିବା ଜଣାପଡିଛି । ପ୍ରଥମ ଦିବସରେ ରଣପୁର, ଗୋପାଳପୁର, ବାରଙ୍ଗ ଗାଡିଆ, କେରେଣ୍ଡାଟାଙ୍ଗି, କନ୍ଧ ନୟାଗଡ, ଚାନ୍ଦପୁର, ଏକତାଳ, ଦେଉଳିଆଦି ରାଜସ୍ୱ ରଥ ପରିକ୍ରମା କରିଥିଲା । ଏହାଦ୍ୱାରା ଲୋକମାନେ ଆଉ ରଣପୁର ତହସିଲ୍ ଅଫିସ୍ କୁ ଖର୍ଚ୍ଚାନ୍ତ ହୋଇ ଦଉଡିବାକୁ ପଡିବ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.