Home ଓଡ଼ିଶା ରଣପୁର ତହସିଲଦାରଙ୍କ ଦ୍ୱାରା ଚୋରା ପଥର ଚାଲାଣ ଗାଡି ଜବତ

ରଣପୁର ତହସିଲଦାରଙ୍କ ଦ୍ୱାରା ଚୋରା ପଥର ଚାଲାଣ ଗାଡି ଜବତ

23

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୧୨- ନୟାଗଡ ଜିଲ୍ଲା ରଣପୁର ତହସିଲଦାର ଯୁଗଳ ମିଶ୍ର ରାଜସ୍ୱ ଆଦାୟ ଚାପରେ ଦିନରାତି ଏକ କରିଦେଇଥିବା ଆଲୋଚନା ହେଉଛି । ଗତ ୧୭ ତାରିଖ ସଂନ୍ଧ୍ୟାରେ ୧୬ ନଂ ଜାତୀୟ ରାଜପଥ କନ୍ଧନୟାଗଡ ଛକ ନିକଟରେ ଏକ ଚୋରା ପଥର ଚାଲାଣ ହାଇୱା ଗାଡିକୁ ଜବତ କରିଥିଲେ । ଗାଡିରେ ଖୋର୍ଦ୍ଧା ଜିଲ୍ଲା ବୃହବନ୍ଧ ପାହାଡରୁ ରଣପୁର ଦେଇ ତାପଙ୍ଗକୁ ପଥର ଚାଲାଣ ହେଉଥିଲା ।

ଚାଲାଣ ସର୍ମ୍ପକରେ ଡ୍ରାଇଭର ସଠିକ୍ କାଗଜ ପତ୍ର ଦେଖାଇପାରି ନଥିଲେ । ତେଣୁ ତହସିଲଦାର ନୂଆଗାଁର ଗାଡି ମାଲିକ ସାଗର ଶ୍ରୀଚନ୍ଦନ କୁ ୨୫ ହଜାର ଟଙ୍କା ଜୋରିମାନ କରିଥିଲେ । ଜୋରିମାନ ଦେବାପରେ ଓ ଡି ୦୨ କ୍ୟୁ ୮୪୦୯ ହାଇୱା ଗାଡି ଟିକୁ ମାଲିକ ନେଇଥିବା ଜଣାପଡିଛି । ଏଭଳି ଦିନରାତି ତନଖି ଯୋଗୁଁ ଚୋରା ପଥର ଚାଲାଣକାରୀ ମାନେ ଭୟଭିତ ହୋଇପଡିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.